ଗତ ୨୪ ଘଣ୍ଟା ମଧ୍ୟରେ ୯ ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷା
ନୂଆ ଦିଲ୍ଲୀ:ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାକୁ ଆଧାରକରି ଅଧିକ ପରୀକ୍ଷା ଯୋଗୁଁ ଶୀଘ୍ର ରୋଗ ନିରୂପଣ ସମ୍ଭବ ହୋଇଛି । ରୋଗ ଶୀଘ୍ର ନିରୂପିତ ହେଉଥିବାରୁ ସଂକ୍ରମିତ ରୋଗୀଙ୍କୁ ଅଲଗା କରାଯାଇ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି । ଏହାଫଳରେ ତୁରନ୍ତ ଆରୋଗ୍ୟ ହେବା ସହ ମୃତ୍ୟୁ ହାର ହ୍ରାସ ପାଇଛି । ଏସବୁ ଦୃଷ୍ଟିରୁ ଦେଖିଲେ ଦେଶର ମୋଟ ନମୁନା ପରୀକ୍ଷା ସଂଖ୍ୟା ଆଜି ପାଖାପାଖି ୩.୯ କୋଟିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯,୨୪,୯୯୮ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ନମୁନା ପରୀକ୍ଷା ୩,୮୫,୭୬,୫୧୦ରେ ପହଞ୍ଚିଛି ।
ଅଧିକରୁ ଅଧିକ ରୋଗୀ ସୁସ୍ଥ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ଦେଶର ମୋଟ ଆରୋଗ୍ୟଙ୍କ ସଂଖ୍ୟା ଆଜି ୨୫ ଲକ୍ଷରେ ପହଞ୍ଚିଛି । କୋଭିଡ ପରିଚାଳନା ପାଇଁ ଉପଯୁକ୍ତ ରଣନୀତି ଓ କେନ୍ଦ୍ର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସମନ୍ଵିତ ପଦକ୍ଷେପ ଯୋଗୁଁ ମୋଟ ୨୫,୨୩,୭୭୧ ଜଣ ସୁସ୍ଥ ହେବା ସମ୍ଭବପର ହୋଇପାରିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୫୬,୦୧୩ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଆଜିସୁଦ୍ଧା ଦେଶରେ ସୁସ୍ଥତା ହାର ୭୬.୨୪ ପ୍ରତିଶତ ରହିଛି ।
ଦେଶରେ ସକ୍ରିୟ କରୋନା ମାମଲା ୭,୨୫,୯୯୧ ଥିବା ବେଳେ ପାଖାପାଖି ୧୮ ଲକ୍ଷ (୧୭,୯୭,୭୮୦) ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଅଧିକରୁ ଅଧିକ ରୋଗୀ କ୍ରମାଗତ ଭାବେ ଆରୋଗ୍ୟ ଲାଭ କରୁଥିବାବେଳେ ମୋଟ ସଂକ୍ରମିତଙ୍କ ଶତକତା ୨୧.୯୩ ରୋଗୀ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିୟମାନୁଯାୟୀ ହସ୍ପିଟାଲ ଓ ଆଇସିୟୁରେ ଦକ୍ଷ ଚିକିତ୍ସକ, ଉତ୍ତମ ଆମ୍ବୁଲାନ୍ସ ସେବା ଓ ଅନୁସନ୍ଧାନମୂଳକ ଥେରାପି ଯୋଗୁଁ ଜାତୀୟ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଏହି ସଂଖ୍ୟା ୧.୮୩ ପ୍ରତିଶତରେ ପହଞ୍ଚିଛି । ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୁସ୍ଥତା ହାର ଜାତୀୟ ହାର ତୁଳନାରେ ମଧ୍ୟ ଅଧିକ ରହିଛି ।
ସଂକ୍ରମଣ ନିରୂପଣ ନିମନ୍ତେ ପରୀକ୍ଷାଗାରଗୁଡିକର କ୍ରମାଗତ ବୃଦ୍ଧି ଯୋଗୁଁ ଏଭଳି ସଫଳତା ହାସଲ ହୋଇପାରିଛି । ୯୯୩ ସରକାରୀ ଓ ୫୫୭ ଘରୋଇ ଏହିପରି ମୋଟ ୧୫୫୦ଟି ପରୀକ୍ଷାଗାରରେ ନମୁନା ପରିକ୍ଷଣ କରାଯାଉଛି । ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।