ଗଦାଧରପୁର ରଜ ମହୋତ୍ସବ କମିଟି ପକ୍ଷରୁ ଅସହାୟ ଭିକ୍ଷୁକ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଘଟଗାଁ,(ଓ୍ବାଇଏନ୍ଏସ୍):ବର୍ତମାନ ସାରା ବିଶ୍ୱ କରୋନା କବଳରୁ ମୁକ୍ତି ପାଇବା ପାଇଁ ପ୍ରାଣେ ଚେଷ୍ଟା ଚଲାଇ ଥିବା ବେଳେ ସାରା ବିଶ୍ୱରେ ପାଖାପାଖି ୧ଲକ୍ଷ ଲୋକଙ୍କ ଜୀବନ ନେଲାଣି କରୋନା । ତେବେ କରୋନାକୁ ମୁକାବିଲା କରି କରୋନା କବଳରୁ ବଂଚିବା ପାଇଁ ଆମ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି । ଯେମିତିକି ପ୍ରଥମେ କେନ୍ଦ୍ର ସରକାର ୨୧ଦିନ ଲକ୍‌ଡାଉନ କରି ପୁଣିଥରେ ୧୪ ଦିନ ଲକ୍‌ଡାଉନ୍ ତାରିଖକୁ ବଢାଇ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଭାରତ ବର୍ଷରେ ଲକ୍‌ଡାଉନ୍ ରହିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ତେବେ ଏହି ଲକ୍‌ଡାଉନ୍ ସମୟରେ ସରକାର ଅନେକ ଅସହାୟ ରାସନକାର୍ଡ ହିତାଧିକାରୀ ମାନଙ୍କୁ ଚାଉଳ ଏବଂ ୧୦୦୦ ଟଙ୍କା ଯୋଗାଇ ଦେଉଥିବା ବେଳେ ସେଥିରୁ ଅନେକ ଅସହାୟ, ଭିକାରୀ, ମାନସିକ ବିକୃତ ମନୁଷ୍ୟ ଭୋକରେ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳୁଛି । ତେବେ ଘଟଗାଁ ଅଂଚଳରେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ଗଦାଧରପୁର ରଜ ମହୋତ୍ସବ କମିଟି । ଏହି କମିଟିର ସଦସ୍ୟ ମାନେ ସେମାନଙ୍କ ନିଜସ୍ୱ ପାଣ୍ଠିରୁ ଘଟଗାଁ ଅଂଚଳରେ ବୁଲୁଥିବା ଅସହାୟ ଭିକାରି, ମାନସିକ ବିକୃତ ମାନଙ୍କୁ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ପାଖାପାଖି ୫୦ ରୁ ୬୦ ଜଣଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି । ସ୍ୱତନ୍ତ୍ରଭାବେ ଯେଉଁ ଭିକାରି ମାନେ ଘଟଗାଁ ମା ତାରିଣୀଙ୍କ ମନ୍ଦିରରେ ଭିକ ମାଗି ନିତିଦିନ ଜୀବନଯାପନ କରୁଥିଲେ କିଛି ଭିକାରି, ଘଟଗାଁ ଅଂଚଳରେ ବୁଲୁଥିବା ମାନସିକ ବିକୃତ ମନୁଷ୍ୟ ଏବଂ କିଛି ମଲ୍ଲାର ସମ୍ପ୍ରଦାୟ ଲୋକମାନଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି । ଲକ୍‌ଡାଉନ୍ ସମୟରେ ସମସ୍ତ ଜନସାଧାରଣ ଘରେ ରହୁଥିବା ବେଳେ ଏହି କମିଟି ସଦସ୍ୟ ମାନେ ସକାଳ ୧୦ଘଟିକା ଠାରୁ ଆସି ଗଦାଧରପୁର ରଜ ମହୋତ୍ସବ କମିଟି ଗୃହ ନିକଟରେ ପ୍ରତ୍ୟେକ ଦିନ ଆସି ନିଜେ ଶ୍ରମଦାନ ଦେଇ ସରକାରଙ୍କ ନିୟମ ଅନୁସାରେ ସାମାଜିକ ଦୂରତା ରଖିବା ସହିତ ସାନିଟାଇଜିଂ କରି ହାତରେ ଗ୍ଲୋବସ୍ ଏବଂ ମୁହଁରେ କପଡା ବାନ୍ଧି ରନ୍ଧାଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଅନ୍ୟପକ୍ଷରେ ଗଦାଧରପୁର ରଜ କମିଟିର ସଦସ୍ୟ ମାନଙ୍କ କହିବା କଥା ଚଳିତ ବର୍ଷ ରଜ ମହୋତ୍ସବ ସମ୍ପୁର୍ଣ୍ଣ ଭାବେ ବନ୍ଦ କରି ଲକ୍‌ଡାଉନ୍ ସମୟରେ ଏହି ଲୋକମାନଙ୍କୁ ଏକ ଉଳି ଖାଇବାକୁ ଦେବା ବୋଲି ଗଦାଧରପୁର ରଜମହୋତ୍ସବ କମିଟିର ସଭାପତି ଶ୍ରୀଯୁକ୍ତ ଯୋଗେଶ କୁମାର ପଣ୍ଡାଙ୍କ ସଦସ୍ୟ ମାନଙ୍କ ନିକଟରେ ମତ ରଖିଥିଲେ । ସଭାପତିଙ୍କ ମତାନୁଯାୟୀ କମିଟିର ସମସ୍ତ ସଦସ୍ୟଗଣ ମଧ୍ୟ ଏକ ମତ ହୋଇ ଏକ ଉଳି ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଆଯାଉଛି ବୋଲି ପ୍ରକାଶ କରିଛନ୍ତି । ଏଥିରେ କମିଟିର ସମ୍ପାଦକ ମନୋଜ କୁମାର ବେହେରା ସମେତ ରଣଜିତ୍ ପଲେଇ, ତ୍ରିନାଥ କୁମାର ଗିରି, ପ୍ରସାନ୍ତ ବେହେରା, ବିଶ୍ୱାମିତ୍ର ପାତ୍ର, ସନ୍ତୋଷ ଦାସ, ସଞୟ ଟଙ୍ଗଣୀଆଁ, ରାଧାକାନ୍ତ ସେଠୀ, ସୁଭେନ୍ଦୁ ବେହେରା, ଅଜୟ ଗିରି ପ୍ରମୁଖ ସହେଯାଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ