ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ଗଦ୍ରିଙ୍ଗିଆ ଘାଟିରେ ୨୪ ଘଣ୍ଟା ନ ହେଉଣୁ ପୁଣି ଏକ କାଠ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି, ଟ୍ରକର ଚାଳକ ବାଲିଗୁଡ଼ା ମେଡିକାଲ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି, ସୂଚନା ଯୋଗ୍ୟ ଯେ ଭବାନୀପାଟଣା ଠାରୁ ଖୋର୍ଦ୍ଧା ଜିଲ୍ଲାକୁ ଉକ୍ତ ଟ୍ରକ କାଠ ସାମଗ୍ରି ନେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି, ବାରମ୍ବାର ଗଦ୍ରିଙ୍ଗିଆ ଘାଟିରେ ଦୁର୍ଘଟଣା ଘଟୁଥ‌ିବା ସହ ଯାତ୍ରୀ କ୍ଷତିଗ୍ରସ୍ତ ହୋଇ ହନ୍ତସନ୍ତ ହେଉଥିବା ସୂଚନା ମିଳିଛି, ସ୍ଥାନୀୟ ପ୍ରଶାସନ ଓ ଜାତୀୟ ରାଜପଥ ର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି, ସୂଚନା ଯୋଗ୍ୟ ଯେ, ଏହି ସ୍ଥାନରେ ହିଁ ରବିବାର ଏକ ଥଣ୍ଡା ପାନୀୟ ଜଳ ଟ୍ରକ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା, ଗଦ୍ରିଙ୍ଗିଆ ଘାଟି ନିକଟରେ ଏକ ବୁଲାଣି ରହିଅଛି ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ହେଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାରେ ବିହିତ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ଦେଖିବାକୁ ମିଳୁଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ