ଗନ୍ଧରୁ ରୋଗ ଚିହ୍ନିବ ମେସିନ୍
ସାଧାରଣତଃ ଆମକୁ ଯେଉଁ କାମ କରିବାକୁ ଇଚ୍ଛା ନଥାଏ, ସେହି କାମକୁ ନକରିବାକୁ ବାହାନା କରୁ । ସବୁଠାରୁ ବଡ଼ ବାହାନା ହେଉଛି ରୋଗ ହେବା ବାହାନା କରିବା । ଏବେ ବୈଜ୍ଞାନିକମାନେ ଏମିତି ଏକ ମେସିନ୍ ବାହାର କରିଛନ୍ତି, ଯେଉଁଥିରେ ଆମର ରୋଗ ହୋଇଛି କି ନାହିଁ ତୁରନ୍ତ ଜଣାପଡ଼ିଯିବ । ଏହା ଏମିତି ଏକ ମେସିନ୍ ଯାହା ମଣିଷକୁ ଆଘ୍ରାଣକରିି କହିଦେବ ଏହା ସତରେ ରୋଗ ହୋଇଛି କି ବାହାନା କରୁଛି । ଏଥିସହିତ କେଉଁ ରୋଗ ହୋଇଛି ଏହି ମେସିନ୍ କହିଦେବ । ଗବେଷକମାନେ ଏହି ମେସିନ୍ ବିଷୟରେ କହିଛନ୍ତି ଯେ ଆଘ୍ରାଣ କରିପାରୁଥିବା ଏହି ମେସିନ୍ରେ ଏମିତି ଏକ ଯନ୍ତ୍ରାଂଶ ବ୍ୟବହାର କରାଯାଇଛି । ଯେଉଁଥିରେ ମେସିନ୍ ଅଲଗା ଅଲଗା ରୋଗର ଗନ୍ଧ ବାରି ପାରିବ । ଏଥିରେ ଜଣାପଡ଼ିବ ଯେ ମଣିଷ କେଉଁ ରୋଗରେ ପୀଡ଼ିତ ଅଛି । ଯଦି କେହି ମିଛ କହିବ, ତେବେ ଏହି ମେସିନ୍ ଆଘ୍ରାଣ ଦ୍ୱାରା ମିଛ ଧରାପକାଇଦେବ । ଏହି ମେସିନ୍ ଆଘ୍ରାଣ ଦ୍ୱାରା ବ୍ୟକ୍ତିର ବୟସ, ଜେନେଟିକ୍, ଲାଇଫ୍ଷ୍ଟାଇଲ ବିଷୟରେ ମଧ୍ୟ ସୂଚନା ଦେଇପାରିବ । ଉଦାହରଣ ସ୍ୱରୂପ ଏହି ମେସିନ୍ରେ ଡାଇବେଟିସ୍ ରୋଗୀଙ୍କ ଗନ୍ଧ ପଚା ସେଓ ପରି ହୋଇଥାଏ ଓ ଟାଇଫଏଡ଼ ରୋଗୀଙ୍କ ଗନ୍ଧ ବେକିଙ୍ଗ ବ୍ରେଡ ପରି ହୋଇଥାଏ । ଏହିସବୁ କାମ କରିବା ପାଇଁ ଏହି ମେସିନ୍ରେ ଏକ ପ୍ରକାର ସେନସର ଲଗାଯାଇଛି । ଯେଉଁଥି ପାଇଁ ଏହା ଆରାମରେ ବ୍ୟକ୍ତିର ରୋଗ ସମ୍ବନ୍ଧରେ ପରିପ୍ରକାଶ କରିପାରୁଛି । ଆଗାମୀ ଦିନରେ ଏହି ମେସିନ୍ ଚିକିତ୍ସା କ୍ଷେତ୍ରରେ ଡାକ୍ତରମାନେ ବ୍ୟବହାର କରି ପାରିବେ ।


