. ଗମାଙ୍ଗଙ୍କ ମଠବ୍ରହ୍ମପୁର ଗୁମ୍ଫା ଓ ସିଦେ୍ଧଶ୍ୱର ମନ୍ଦିର ପରିଦର୍ଶନ
କୋଦଳା ,(ଯୁଗାବ୍ଦ ନୁ୍ୟଜ୍): ଗଂଜାମ ଜିଲ୍ଲା କୋଦଳା ନିକଟସ୍ଥ ମଠବ୍ରହ୍ମପୁର ଗସ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବରିଷ୍ଠ ବିଜେପି ନେତା ଗିରିଧାରୀ ଗମାଙ୍ଗ। ଶ୍ରୀ ଗମାଙ୍ଗକଂ ଏହି ଦିନିକିଆ ଗସ୍ତରେ କୌଣସି ରାଜନୈତିକ କାର୍ୟ୍ୟକ୍ରମ ରହି ନଥିଲେ ମଧ୍ୟ ଅଚାନକ ଗସ୍ତରେ ଖୁସି ଉପଲବ୍ଧି କରିଥିଲେ ମଠବ୍ରହ୍ମପୁର ବାସୀ। ପ୍ରଥମେ ଶାଳବଣ ଗ୍ରାମରେ ଥିବା ସିଦ୍ଧେଶ୍ଵର ମନ୍ଦିର ଦର୍ଶନ ପରେ ମଠବ୍ରହ୍ମପୁର ଠାରେ ଥିବା ବହୁ ପୁରାତନ ଗୁମ୍ଫା ପରିଦର୍ଶନ କରିଥିଲେ। ମଠବ୍ରହ୍ମପୁର ଠାରେ ଥିବା ବହୁ ପୁରାତନ ଗୁମ୍ଫେଶ୍ବର ଗୁମ୍ଫା ଅବହେଳିତ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏସମ୍ପର୍କରେ ପୂର୍ବରୁ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନି ।ଆଗରୁ ଏଠାକୁ ବହୁ ପର୍ୟ୍ୟଟକ ଆସୁଥିବା ବେଳେ ଏବେ ମୁହଁ ଫେରାଉଛନ୍ତି। ଏହି ଗୁମ୍ଫାକୁ ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ କରିବା ପାଇଁ ଏହି ସମୟରେ ଉପସ୍ଥିତ ଗ୍ରାମବାସୀ ଶ୍ରୀ ଗମାଙ୍ଗକୁଂ ଏକ ଦରଖାସ୍ତ ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି। ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ପୁରାତନ ଗୁମ୍ଫା ଉପରେ ଗବେଷଣା କରୁଥିବା ଏବଂ ବହୁ ସ୍ଥାନରେ ଥିବା ଗୁମ୍ଫା ଗୁଡିକୁ ପରିଦର୍ଶନ କରୁଥିବା ନେଇ ଶ୍ରୀ ଗମାଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।