ଗରମ ପାଣିରେ ପୋଡିହୋଇ ଶିଶୁ ଗୁରୁତର, ବାଲିଗୁଡା ମେଡିକାଲରେ ଭର୍ତ୍ତି

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):  ଗରମ ପାଣିରେ ପୋଡିହୋଇ ଶିଶୁ ଗୁରୁତର । ଏଭଳିଏକ  ଘଟଣା ଘଟିଛି,କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରୀକୁଟି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡାନାଜୁ ଗ୍ରାମରେ । ଗ୍ରାମର ରଞ୍ଜନ ପ୍ରଧାନଙ୍କ ଦେଢ଼ ବର୍ଷର ପୁଅ ଆରକେଶ ପ୍ରଧାନ ଗରମ ପାଣିରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ପ୍ରକାରେ , ଶୁକ୍ରବାର ସନ୍ଧ୍ୟା ୭ ଟା ସମୟରେ ଚୁଲିରେ ଭାତ ରୋଷେଇ ପାଇଁ ପାଣି ଗରମ କରାଯାଉଥିବା ବେଳେ ପିଲାଟି ଅଜାଣତରେ ଚୁଲିରେ ବସିଥିବା ଗରମପାଣି ପାତ୍ରକୁ ଟାଣି ଦେଇଥିଲା । ଫଳରେ ପିଲାଟିର ଶରୀର ସାରା ଗରମପାଣି ପଡି ପୋଡି ହୋଇଯାଇଥିଲା ।  ପରିବାର ଲୋକେ ତୁରନ୍ତ ସିମନବାଡ଼ି ମେଡିକାଲକୁ ଆଣିଥିବା ବେଳେ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ହେଲେ ପିଲାଟିର ଶରୀରର ୫୦ ଭାଗ ଅଂଶ ପୋଡି ଯାଇଥିବା ହେତୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରି ଚିକିତ୍ସା । କରାଯାଉଥିବା  ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ