ଗରମ ପେଜରେ ପଡି ଏକ ବର୍ଷର ଶିଶୁ କନ୍ୟା ଗୁରୁତର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁରେ ଗରମ ପେଜରେ ପଡି ଜନୈକ ଏକ ବର୍ଷର ଶିଶୁ କନ୍ୟା ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକାତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଗୁରୁତର ଶିଶୁ ଜଣକ ହେଉଛନ୍ତି ମୋହନ ମଣ୍ଡଳଙ୍କ ଏକ ବର୍ଷର କନ୍ୟା ସୁଚିତ୍ରା ମଣ୍ଡଳ । ଶିଶୁର ମା’ ଗୀତା ମଣ୍ଡଳଙ୍କ କହିବାନୁଯାୟୀ ତାଙ୍କ ଘରେ ଭାତ ଗଳାଯାଇ ପେଜକୁ ଏକ ତସଲାରେ ରଖାଯାଇଥିଲା । ଏହି ସମୟରେ ସୁଚିତ୍ରା ଖେଳୁଥିବା ବେଳେ ପଛପଟୁ ପଡି ଯାଇଥିଲେ । ଫଳରେ ତସଲାରେ ଥିବା ତତଲା ପେଜ ଲାଗି ତାଙ୍କ ଶରୀରର ପଛ ପାଶ୍ୱର୍ ଫୋଟକା ହୋଇ ଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କେନ୍ଦ୍ରାପଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା । ଏବେ ଶିଶୁଟିର ଚିକିତ୍ସା ଚାଲିଛି । କିନ୍ତୁ ଏଠାରେ ସ୍ୱତନ୍ତ୍ର ବର୍ଣ୍ଣ ୟୁନିଟ୍ ନ ଥିବାରୁ ଶିଶୁଟି ଉତ୍ତମ ଚିକିତ୍ସା ପାଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ