ଗରମ ପେଜ ପଡି ବିଦ୍ୟାଧରପୁର ସ୍କୁଲର ସହାୟିକା ଗୁରୁତର
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବିଦ୍ୟାଧରପୁର ୟୁଜିଏମଇ ସ୍କୁଲର ସହାୟକାଙ୍କ ଉପରେ ଗରମ ପେଜ ପଡିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଏହି ସ୍କୁଲର ସହାୟିକା ସୁକାନ୍ତୀ ନାୟକ ଜଣେ ନିରାଶୟ ମହିଳା ହୋଇଥିବାବେଳେ ଆଜି ମଧ୍ୟାହ୍ନରେ ସେ ରୋଷେଇ କରୁତବବା ସମୟରେ ଗରମ ପେଜ ତାଭ୍କ ଉପରେ ଢ଼ାଳି ହୋଇଗଲା । ସେ ତରପରରେ ଉଠି ପଳାଉତବବା ସମୟରେ ଗୋଡ ଖସଡି ଯିବାରୁ ପାତ୍ରରେ ଥିବା ଅବଶିଷ୍ଟ ଗରମ ପେଜ ଉପରେ ପଡିଯାଇଥିଲେ । ସ୍କୁଲର ଶିକ୍ଷୟତ୍ରୀ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇ ଯାଇଥିବାବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତରମାନେ କହିବାପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।