ଗରାପୁରରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶ୍ରୀଗୋପାଳଜୀଉ ମନ୍ଦିର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସମାଜସେବୀ ଇଂ ମୂରଲୀଧର ସେଠୀଙ୍କ ଆହ୍ୱାନରେ ଏବଂ ସୁଦର୍ଶନ ମହାପାତ୍ରଙ୍କ ପରିଚାଳନାରେ ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କପାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି, ପୂର୍ବତନ ପିପି ଭୀମସେନ ଭୂୟାଁ ମୁଖ୍ୟବକ୍ତା, ଆଇନଜୀବୀ ତଥା ଆରଏମସି ଉପାଧ୍ୟକ୍ଷ ବିଜୟ କୁମାର ପରିଡା ଓ ପୂର୍ବତନ ସରପଞ୍ଚ ସରୋଜକାନ୍ତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ପ୍ଟନାୟକ ଜଣେ ଦୃଢମନା ଓ ଅବିଚଳିତ ବ୍ୟକ୍ତି ଭାବରେ ଏକ ସଶକ୍ତ ଓ ସୁଦୃଢ ଓଡିଶା ଗଠନ ପାଇଁ ସର୍ବଦା ଚେଷ୍ଟିତ ଥିଲେ ବୋଲି କହିଥିଲେ । ତାଙ୍କ ଅବଦାନ ପାଇଁ ସେ ଓଡିଶାବାସୀଙ୍କ ନିକଟରେ ଚିର ସ୍ମରଣୀୟ ହୋଇରହିବେ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ମହାନ୍ତି, ବାବୁରାମ ପ୍ରଧାନ, ଜଗତଜୀବନ ଦାଶ ପ୍ରମୁଖ ବହୁ ବିଜୁପ୍ରେମୀ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ