ଗରାପୁରସ୍ଥିତ ଆଶ୍ରମରେ ଶିବାନନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ପ୍ରାକଟ୍ୟ ଲୀଳା ତଥା ଜୀବନ ଦର୍ଶନ ସମ୍ପର୍କରେ ଆଧାରିତ କଥାବସ୍ତୁ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସୂରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆମନ୍ତ୍ରିତ ସାଧୁସନ୍ଥ ଓ ଆଶ୍ରମର ଭକ୍ତବୃନ୍ଦମାନଙ୍କ ଗହଣରେ ଆଲୋକପାତ କରାଯାଇଥିଲା । ଶିବାନନ୍ଦ ଭଜନ ଗଙ୍ଗାର କଣ୍ଠଶିଳ୍ପୀ ସୁଶିଲ ସୂତାର, ଗୋଲକ ବରାଳ, ସୈାଭାଗିନୀ ସୂତାର, ହିମାଂଶୁ ବିଶ୍ୱାଳ ଓ ବାବୁ ପ୍ରମୁଖ ଶ୍ରୀମାଙ୍କ ରଚିତ ଭକ୍ତି ସଂଗୀତ ଗାନ କରିଥିଲେ । ଶ୍ରୀଗୁରୁଦେବଙ୍କ ପାଦପୂଜା ଓ ନଗର ସଙ୍କୀର୍ତ୍ତନରେ ଆଶ୍ରମର ଅନ୍ତେବାସୀ, ଭକ୍ତ,ଏଣ୍ଡର ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ, ଶିବାନନ୍ଦ ବିଦ୍ୟା ମନ୍ଦିରର ଶିକ୍ଷକ,ଶିକ୍ଷୟତ୍ରୀ, ଆଳିଜଙ୍ଗା ଶିବାନନ୍ଦ ମାତୃମଣ୍ଡଳୀର ସଭ୍ୟାଙ୍କ ସମେତ ଶ୍ରୀବତ୍ସ, ଶ୍ରୀଧର, ଦେବେନ୍ଦ୍ର ସାମନ୍ତ, ଗଣେଶ୍ୱର ଦାସ, ଶରତ ବରାଳ, ସୁରେନ୍ଦ୍ର ଆଚାର୍ଯ୍ୟ, ମନୋରଞ୍ଜନ ତ୍ରିପାଠୀ, ପ୍ରମିଳା ବରାଳ, ସୁଦର୍ଶନ ପ୍ରମୁଖ ଭକ୍ତମାନେ ଯୋଗଦେଇଥିଲେ । ଏହି ଦିବ୍ୟ ସତସଙ୍ଗରେ ଆନନ୍ଦ ମାର୍ଗର ସନ୍ଥ ଅବଧୂତ ବିକାଶାନନ୍ଦ ଯୋଗଦେଇ ସ୍ୱାମୀ ଶିବାନନ୍ଦଙ୍କ ଦାର୍ଶନିକ ଚିନ୍ତାଧାରାର ସୁତ୍ର ଉନ୍ମୋଚନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ