ଗରାପୁର ମୁସଲିମବସ୍ତି ଅଙ୍ଗନୱାଡି କେନ୍ଦ୍ରରେ ଶିଶୁ ପ୍ରବେଶ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ମୁସଲିମବସ୍ତି ଅଙ୍ଗନୱାଡି କେନ୍ଦ୍ରରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଏକ ନିଆରା ଢଙ୍ଗରେ ଶିଶୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଭିଡ ସଂକ୍ରମଣ ଯୋଗୁଁ ସମସ୍ତ ଶିକ୍ଷା କେନ୍ଦ୍ର ବନ୍ଦ ରହିଥିଲା । ସରକାରଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ସବୁ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଥିବା ବେଳେ ଏଠାରେ ପ୍ରବେଶ ଉତ୍ସବକୁ ଅଙ୍ଗନୱାଡି କର୍ମୀ ସମସେରା ବେଗମଙ୍କ ଦ୍ୱାରା ଖୋଳାଯାଇଥିଲା । ଏହି ଉତ୍ସବରେ କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ କବିତା ନାୟକ, କ୍ଷେତ୍ରପରିଦର୍ଶିକା ମାନସୀ ନାୟକ, ମୀର ଅକ୍ତର ଅଲ୍ଲୀ, ସି.ଆର.ପି. ସାଦମା ବେଗମ, ଯାଂଚ କମିଟି ସଭାପତି ମହମ୍ମଦ ପରଭେଜ ସଜ୍ଜାତ, ରାଜୀବ ଖାନ, ମୀର ସଫିକ, ଅବଦୁଲ ସଲୀମ, ସମସେର ଅଲ୍ଲୀ, ଅଇନୁଲ ଇସଲାମ, ସହାୟିକା ନଗମା ବିବି ପ୍ରମୁଖ ଯୋଗଦେଇ ଫେସନ ମୟୁରୀ ପକ୍ଷରୁ ପ୍ରଦାନ କରାଯାଇଥିବା ସିଲଟ ଏବଂ ମାସ୍କ ପିଲାମାନଙ୍କ ମଧ୍ୟରେ ବଂଟନ କରାଯିବା ସହ ସେମାନଙ୍କ ହାତ ଧୁଆଯାଇ ମିଠା ଖୁଆଇ ପ୍ରବେଶ ଦିବସ ପାଳନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ