ଗରାପୁର ଶିବାନନ୍ଦ ଆଶ୍ରମରେ ଶିବାନନ୍ଦ ଜୟନ୍ତୀ ସମାରୋହ

କେନ୍ଦ୍ରାପଡା, (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରଗ୍ରାମସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ଦିବ୍ୟ ଜୀବନ ସଙ୍ଘର ପ୍ରାଣ ପ୍ରତିଷ୍ଠାତା ଶ୍ରୀ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜାଙ୍କର ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ରବିବାର ପ୍ରାତଃ ସମୟରେ ପ୍ରଥମେ ଶଙ୍ଖଧ୍ୱନି, ବେଦମନ୍ତ୍ର ପାଠ, ବିଷ୍ଣୁ ସହସ୍ରନାମ ପାଠ କରାଯିବା ପରେ ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦଜୀ ପୁରୁଷସୁକ୍ତ ମନ୍ତ୍ରରେ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ବିଗ୍ରହକୁ ଅଭିଷେକ କରିଥିଲେ । ଏହା ପରେ ସ୍ୱାମୀ ଶିବାନନ୍ଦଜୀ ମହାରାଜଙ୍କ ସୁଶୋଜିତ ଫଟୋଚିତ୍ରକୁ ଏକ ଶୋଭାଯାତ୍ରାରେ ନିଆଯାଇ ନଗର ପରିକ୍ରମା କରାଯାଇଥିଲା । ପରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଗହଣରେ ଶ୍ରୀମା ଗୁରୁଦେବଙ୍କ ପାଦୁକା ପୂଜା କରିବା ପରେ ସ୍ୱାମୀ ଶିବାନନ୍ଦଜୀଙ୍କ ଜୀବନାଦର୍ଶ ଉପରେ ଏକ ଆଲୋଚନାଚକ୍ର ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ କୁମାର ନାୟକ, ବର୍ଷାରାଣୀ ସ୍ୱାଇଁ, ମେଜର ଭରତ ଚନ୍ଦ୍ର ଜେନା, ଶ୍ରୀଧର ରାଉତ ପ୍ରମୁଖ ଆଧ୍ୟାତ୍ମୀକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଅନୁଷ୍ଠିତ ଭଜନ ସମାରୋହରେ ରାଜକିଶୋର ଜେନା, ଉଦୟ ନାଥ ପ୍ରଧାନ, ଆଚାର୍ଯ୍ୟ ସଦାଶିବ ପଣ୍ଡା, ଅଲେଖ ଚନ୍ଦ୍ର ଦାସ ପ୍ରମୁଖ ଭଜନ ପରିବେଷଣ କରିଥିଲେ । ବ୍ରହ୍ମଚାରୀ ନୃସିଂହ ନାଥ, ଶରତଚନ୍ଦ୍ର ବରାଳ, ଦିପୁ, ବାଜ, ବାବୁ, ଧାଇଆ, ଫକିର, ଅନ୍ତ, ଧିରୁ, ଚାଣ ଓ ଦେବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଲନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ