ଗରାପୁର ଶିବାନନ୍ଦ ଆଶ୍ରମରେ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆୟୋଜିତ ଏହି ଯଜ୍ଞରେ ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ, ସ୍ୱାମୀ ରାମ ଶରଣାନନ୍ଦ ସରସ୍ୱତୀ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା, କପାଳେଶ୍ୱର ପଂଚାୟତ ସରପଂଚ ଗାୟତ୍ରୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀଧର କୁମାର ମହାନ୍ତି, ଅଭିମନ୍ୟୁ ଗୋଚ୍ଛାୟତ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ସତ୍ୟପ୍ରିୟ ଦାସ, କିଶୋର ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ ମନୋରଂଜନ ତ୍ରୀପାଠୀ, ଯୋଗଗୁରୁ ସଂଜୟ କୁମାର ମଥାନ, ଧିରେନ୍ଦ୍ର ଦାସ ପ୍ରମୁଖ ବିଭୁପ୍ରେମୀ, ଆଶ୍ରମର ଅନ୍ତେବାସୀ, କପାଳେଶ୍ୱର ପଂଚାୟତର ଜନ ସାଧାରଣ ଓ ସମାଜ ସଂସ୍କାର ମଂଚର ସଦସ୍ୟ ଓ ବଳଦେବ ସେନାର ସଦସ୍ୟମାନେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ