ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସ୍ୱାମୀ ଗୁରୁଶରଣାନନ୍ଦ ସରସ୍ୱତୀ ଓ ସ୍ୱାମୀ ରାମ ଶରଣାନନ୍ଦ ସରସ୍ୱତୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଶିବିରରେ ବିଶିଷ୍ଟ ଚକ୍ଷୁ ଚିକିତ୍ସକ ଡା. ସରୋଜକାନ୍ତ ତ୍ରିପାଠୀ ଯୋଗଦେଇ କେନ୍ଦ୍ରାପଡାର ବିଭିନ୍ନ ଅଂଚଳରୁ ଆସିଥିବା ୪୩ ଜଣ ରୋଗୀଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ୧୭ଜଣଙ୍କର ଆସନ୍ତା ଗୁରୁବାର ଓସ୍ତପୁରସ୍ଥିତ ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟରେ ଚକ୍ଷୁରେ ଅସ୍ତ୍ରୋ୍ରପ୍ରଚାର କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ଶିବିରକୁ ପରିଚାଳନାରେ ସରକାରୀ ଆଇନଜୀବୀ ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର କୁମାର ଦାସ, ନୃସିଂହ ବାବା ଙ୍କ ସମେତ ଆଶ୍ରମର ଅନ୍ତେବାସୀମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ