ଗରାପୁର ଶିରିଡି ସାଇ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ୨୩ତାରିଖରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଏସପିଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟ ସାଇବିହାରରେ ନବ ନିର୍ମିତ ଶିରିଡି ସାଇ ମନ୍ଦିରର ଉଦଘାଟନ ଉତ୍ସବ ମହାସମାରୋହରେ ଶ୍ରୀ ଶିରିଡି ସାଇ ଜନକଲ୍ୟାଣ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହେବ । ଗୁରୁଜୀ ଡଃ. ଚନ୍ଦ୍ରଭାନୁ ଶତପଥୀଙ୍କ କର କମଳରେ ଏହି ଶିରିଡି ସାଇ ମନ୍ଦିରର ଉଦଘାଟନ ସହିତ ଶ୍ରୀସାଇନାଥଙ୍କ ଭବ୍ୟ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଉପଲକ୍ଷେ ଶିରିଡି ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଅଧ୍ୟକ୍ଷା ତଥା ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଏସମ୍ପର୍କରେ ଗଣାଧ୍ୟମକୁ ଉପରୋକ୍ତ ସୂଚନା ଦେବା ସହ କହିଥିଲେ ଯେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସାଇକୃପା ଲାଭ କରିବାକୁ ଜନସାଧାରଣଙ୍କୁ ସେ ନିବେଦନ କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟାପକ ବିକାଶ କୁମାର ଦାସ, ବିକ୍ରମାଦିତ୍ୟ ସାହୁ, ମୃଣାଳକାନ୍ତି ନାୟକ, ଚନ୍ଦ୍ରଭାନୁ ରାଉତ, ବାସୁଦେବ ସେନାପତି, ପ୍ରଦିପ କୁମାର ସାହୁ, ସୁନାକର ଜେନା, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ବିଭୁତିଭୂଷଣ ଧଳ, ଡଃ. ସୁନାକର ସାମଲ, କୃତିବାସ ଧଳ, ବିଶ୍ୱକଲ୍ୟାଣ ଜେନା,ମନୋରଞ୍ଜନ ପଟ୍ଟନାୟକ, ବନଜ କୁମାର ଦାସ, ଶିକ୍ଷାବିତ ନରୋତ୍ତମ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ