ଗରା ମାଝୀ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ବ୍ଲକ ଠାରୁ ୨ କିମି ଦୂର ପୁରୁଣାପାଣି ପଞ୍ଚାୟତର କଣ୍ଟାବଣି ଗ୍ରାମର ଗରା ମାଝୀ (୨୨) ଦିର୍ଘ ବର୍ଷ ହେଲା ଗାଁ ପାଖ ଏକ ଭଙ୍ଗା ଦଦରା ପରିତ୍ୟକ୍ତ ସ୍କୁଲ ଘରେ ନିଜର ପରିବାର ସହିତ ରହୁଛି । ଘର ଯେ କେତେବେଳେ ଭୁଷୁଡି ନ ପଡ଼ିବ କିଏ କହି ପାରିବ ।ଦିର୍ଘ ୩/୪ ବର୍ଷରୁ ଉର୍ଦ୍ଧ ହେଲା ସେ ଘରଟିଏ ପାଇଁ ସରପଞ୍ଚ,ଓ ୱାର୍ଡ ମେମ୍ବରକୁ ଘରଟିଏ ପାଇଁ ନେହୁରା ହେଉଛନ୍ତି ହେଲେ କେହି କର୍ଣ୍ଣପାତ କରୁ ନାହାନ୍ତି ଗରା ମାଝୀର ଦୁଃଖ । ଗରା ମାଝୀ ତା ସ୍ତ୍ରୀ ଫୁଲ (୨୦) ଏବଂ ୩ ବର୍ଷର ଛୁଆ ଜୀବନକୁ ପାଣି ଛଡେଇ ଏହି ବିପଦ ସଙ୍କୁଳ ଘରେ ଆଶ୍ରୟ ନେଉଛନ୍ତି । ପଲ୍ଲୀ ସଭାରେ ଖାତାରେ ନାଁ ତା’ର ଗଡୁଛି ବର୍ଷକୁ ବର୍ଷ, ସରକାର ଗରିବ ଲୋକଙ୍କ ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି ହେଲେ ଏହା ପ୍ରକୃତ ଗରିବ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପ୍ରକୃତ ନିରାଶ୍ରୟ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି ହେଲେ ତଳ ସ୍ତରର ଜନପ୍ରତିନିଧି ଓ ସରକାରୀ କର୍ମଚାରୀ ପ୍ରକୃତ ହିତାଧିକାରୀ ମାନଙ୍କୁ ନ ଦେଇ ନିଜ ସ୍ୱାର୍ଥ ଥିବା ଜାଗୈ ହିତାଧିକାରୀ ଚୟନ କରୁଛନ୍ତି । ତେଣୁ ଜିଲ୍ଲାପାଳ ମହୋଦୟ ତଦନ୍ତ କରି ଗରା ମାଝୀ କୁ ଘର ଖଣ୍ଡିଏ ମଂଜୁର କରିବା ପାଇଁ ଗ୍ରାମବାସୀ ଗଣମାଧ୍ୟମ ଦ୍ୱାରା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ