‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ର ଶୁଭାରମ୍ଭ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ କର୍ମସଂସ୍ଥାନ ସୃଷ୍ଟି ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’ ଆରମ୍ଭ କରିଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଳ କୁମାର ମୋଦୀଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିହାରର ଖଗାରିଆ ଜିଲ୍ଲା ଅନ୍ତର୍ଗତ ତେଲିହର ଗାଁରେ ଏହି ୫୦ ହଜାର କୋଟି ଟଙ୍କାର ଯୋଜାନାର ଶୁଭାରମ୍ଭ କରିଛନ୍ତି। ବିହାର, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଓଡ଼ିଶା ଅନ୍ତର୍ଗତ ୧୧୬ଟି ଜିଲ୍ଲା ପାଇଁ ଏହି ଅଭିଯାନ ପ୍ରଯୁଜ୍ୟ। ୧୧୬ଟି ଜିଲ୍ଲାରେ ୧୨୫ ଦିନିଆ ଅଭିଯାନରେ ପ୍ରବାସୀ ଶ୍ରମିକଙ୍କୁ ସହାୟତା କରାଯିବ। ଲକ୍‌ଡାଉନ୍‌ ସମୟରେ ଏହି ସବୁ ଜିଲ୍ଲାକୁ ୨୫, ୦୦୦ରୁ ଅଧିକ ପ୍ରବାସୀ ଶ୍ରମଜୀବୀ ଫେରିଛନ୍ତି। ୫୦ ହଜାର ‌କୋଟି ଟଙ୍କାରେ ୨୫ ପ୍ରକାର ଭିନ୍ନ ଭିନ୍ନ କାମ ଶ୍ରମିକମାନଙ୍କୁ ଯୋଗାଇ ଦିଆଯିବା ସହ ଦେଶର ଗ୍ରାମାଞ୍ଚଳର ଭିତ୍ତିଭୂମି ସୃଷ୍ଟି କରାଯିବ। ଏହି ଯୋଜନା ଗ୍ରାମାଞ୍ଚଳ ବିକାଶ, ପଞ୍ଚାୟତି ରାଜ, ସଡ଼କ ପରିବହନ ଏବଂ ରାଜପଥ, ଖଣି, ପାନୀୟ ଜଳ ଏବଂ ପରିମଳ, ପରିବେଶ, ରେଳବାଇ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ, ନୂତନ ଓ ଅକ୍ଷୟ ଶକ୍ତି, ସୀମାନ୍ତ ସଡ଼କ, ଟେଲିକମ୍ ଏବଂ କୃଷି ଆଦି ୧୨ଟି ମନ୍ତ୍ରାଳୟ ଓ ବିଭାଗର ସମନ୍ବୟରେ ଚାଲିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ