ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ);ଭୂମିହୀନ ଓ ବାସହରା ଲୋକଙ୍କୁ ଥଇଥାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ହେଲେ ତୃଣମୂଳ ସ୍ତରରେ ତାହାକୁ ପାଳନ କରିବାରେ ଟାଣଟୁଣ ନୀତି କରୁଛନ୍ତି ଜନପ୍ରତିନିଧିମାନେ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ । ଯାହାଫଳରେ ଭଙ୍ଗା ଓ ବିପଦଶଙ୍କୁଳ ଘରେ ରହୁଛନ୍ତି ଗରିବ ଗୁରୁବା ସରଳ ଆଦୀବାସୀମାନେ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ହଳଦା ପଞ୍ଚାୟତର ବଡବାଇକଳା ଗ୍ରାମରେ ।ବଡବାଇକଳା ଗ୍ରାମର ପାରାଙ୍କୁ କିସ୍କୁ ଭାଇ,,ଭଉଣୀକୁ , ଛୁଆପିଲା ମିଶି ୭ ଜଣ କୁଟୁମ୍ବକୁ ନେଇ ଭଙ୍ଗା ଓ ବିପଦଶଙ୍କୁଳ ଘରେ ରହୁଛନ୍ତି ।ପାରାଉ , ସ୍ତ୍ରୀ,ଛୁଆ,ଦୁଇ ଭଉଣୀ, ସାନଭାଇ ସମେତ ୭ ଜଣ ରହୁଛନ୍ତି ।ଘର କାନ୍ଥ ଫାଟି ଆଁ କରିଛି ।ରୁଅ ସବୁ ଖାଇ ଗଲାଣି , ଜମିବାଡ଼ି ନାହିଁ ମୂଲ ଲାଗିଲେ ଗଲେ ଘର ଚଳେ ।ପଇସା ନାହିଁ ଘର ମରାମତି କରିବାକୁ । ପଲ୍ଲୀ ସଭାରେ ୫/୭ ବର୍ଷ ହେଲ ୫/୭ ଥର ଘର ପାଇଁ ଆବେଦନ କଲେଣି, ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ କେତେ ଥର ନେହୁରା ହେଲେଣି, ବ୍ଲକ ବିଡ଼ିଓଙ୍କୁ ଜଣାଇଲେ ମଧ୍ୟ ବିଚରା ପାରାଉ କଥା କେହି ଶୁଣୁ ନାହାନ୍ତି । ଗତ ୪ ଦିନ ବର୍ଷାରେ କାନ୍ଥ ମାଟି ତରଳି ନଇଁ ଗଲାଣି ।ଘର ଲୋକେ ଭୟରେ ଗାଁ ର ଅନ୍ୟ ଲୋକଙ୍କ ପିଣ୍ଡାରେ ଆଶ୍ରୟ ନେଉଛନ୍ତି । କେତେବେଳେ କାନ୍ଥ ପଡ଼ିଯିବ ଓ ଚାପି ହୋଇଯିବେ ପରିବାର ଲୋକେ ଏବଂ କ’ଣ ଅଘଟଣ ଘଟିବ କେହି କହି ପାରିବେ ନାହିଁ । ତେଣୁ ଗଣମାଧ୍ୟମ ପ୍ରତିନିଧି ଙ୍କ ପାଖରେ ଗୁହାରି ଜଣାଇଛନ୍ତି ତାଙ୍କ ପରିବାର ଲୋକେ । ବ୍ଳକ ପ୍ରଶାସନ ତୁରନ୍ତ ପାରାଉ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଦେବାପାଇଁ ପଦକ୍ଷେପ ନିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ