ଗରିବ ଯୁବକଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ଦୁଇ ବିଧାୟକ

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରିର ଅସୁସ୍ଥ ଯୁବକ ଭୁବନେଶ୍ବର ସମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ତାଙ୍କୁ ସହାୟତାର ହାତ ବଢାଇବା ପାଇଁ ଆଗକୁ ଆସିଛନ୍ତି ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ। ସୂଚନା ଅନୁଯାୟୀ ହୋଲି ଦିନ ମାଲକାନଗିରି ସଦର ଆଶ୍ରିବାଦ କଲୋନୀର ଯୁବକ ଚିତ୍ରସେନ ପଲେଇ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ଖସି ଗୁରୁତ୍ତର ହୋଇଥିଲେ। ତୁରନ୍ତ ସେଠାରେ ଉପସ୍ଥିତ ଥିବା କିଛି ସାମ୍ବାଦିକ ଓ ଯୁବକ ମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ତା ଗୁରୁତ୍ତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସ୍ପିଟାଲକୁ ପଠା ଯାଇଥିଲା। ତେବେ ସେଠାରେ ଚିତ୍ରଙ୍କ ଚିକିତ୍ସା ଜାରି ରହିଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ତାଙ୍କର ସଫଳ ଅସ୍ତ୍ରପୋଚାର ହୋଇଛି। ହେଲେ ଚିତ୍ରଙ୍କୁ ଆହୁରି କିଛିଦିନ ସେଠାରେ ଚିକିତ୍ସା ହେବାକୁ ଡାକ୍ତର ପରମର୍ଶ ଦେଇଥିବା ବେଳେ ତାଙ୍କ ନିକଟରେ ଅର୍ଥଭାବ ଥିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ। ଏପରି ସମୟରେ ଖବର ପାଇ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ପ୍ରମୁଖ ତାଙ୍କ ନିକଟରେ ପହଞ୍ଚି ସହାୟତା ପାଇଁ ଆଶ୍ଵାସନ ଦେଇଛନ୍ତି। ଏହା ସହ ଶ୍ରୀ ମାଡକାମୀ ଚିତ୍ରଙ୍କୁ ସହୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟି ସିଏମ ରିଲିଫ ପାଣ୍ଠିରୁ ସାହାଯ୍ୟ ଯୋଗାଇବାକୁ ଆଲୋଚନା କରିଛନ୍ତି। ସୂଚନା ଥାଉକି ଚିତ୍ର ଜଣେ ଚାହା ଦୋକାନୀ ହୋଇଥିବା ବେଳେ ସ୍ୱଳ୍ପ ରୋଜଗାର ମଧ୍ୟରେ ସେ ନିଜର ପରିବାର ଚଳାଉ ଥିଲେ। ଏହି ଦୁର୍ଘଟଣା ତାଙ୍କ ପାଇଁ ଅନେକ ସମସ୍ୟା ଆଣିଦେଇଥିବା ବେଳେ ତାଙ୍କୁ ବିଭିନ୍ନ ସଙ୍ଗଠନ ସହାୟତାର ହାତ ବଢାଇବାକୁ ଆଗକୁ ଆସିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ