ଗରୀବ ଓ ଅସହାୟଙ୍କୁ ଶୀତ ବସ୍ତ୍ର ବିତରଣ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ମିଡ୍ ଟାଉନ, ବ୍ରହ୍ମପୁର ପାର୍ବତୀ ଟେକ୍ସଟାଇଲସ୍,କଲକୋତାର ଲିଲି ଫାଉଣ୍ଡେସନର ମିଳିତ ବଦାନ୍ଯତାରେ ଏବଂ କେ.ଟି.ଏନ୍ ପୁର ବରିଷ୍ଠ ନାଗରିକ ମଞ୍ଚର ସହଯୋଗରେ ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମ ଓ ରାମପଲ୍ଲୀ ଗ୍ରାମର ୩୫୦ ଜଣ ଗରିବ ଓ ଅସହାୟଙ୍କୁ ଶୀତ ବସ୍ତ୍ର ବିତରଣ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଉଭୟ ଗ୍ରାମର ଯୁବ ଗୋଷ୍ଠୀ ସହାୟତା କରି ଗରିବ ଜନସାଧାରଣଙ୍କୁ ଶୀତ ବସ୍ତ୍ର ବିତରଣ କରିଥିଲେ ।କେରାଣ୍ଡିତୋଳା ଗ୍ରାମରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲକୋତାର ଲିଲି ଫାଉଣ୍ଡେସନର ଗଂଜାମ ଜିଲ୍ଲା ସଂଯୋଜକ ରୋଟାରୀଆନ୍ ଡଃ ଗୋଦାବରୀ ପାତ୍ର,ରୋଟାରୀଆନ୍ ପ୍ରଭାକର ସାହୁ, ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା, ଗ୍ରାମ ସଭାପତି ଅମରେଶ୍ବର ସାହୁ ,ମଞ୍ଚର କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଏହି ମହାନ୍ କାର୍ଯ୍ୟ ନିମନ୍ତେ ସମସ୍ତ ବଦାନ୍ଯ ସଂସ୍ଥାକୁ କୃତଜ୍ଞତା ପ୍ରକାଶ କରିଥିଲେ ।ସେହିପରି ରାମପଲ୍ଲୀ ଗ୍ରାମରେ ହରିହର ସ୍ବାଇଁ, ରାମହରି ସ୍ବାଇଁ, ନରସିଂହ ସ୍ବାଇଁଙ୍କ ସହଯୋଗରେ ମାଗଣା ଶୀତ ବସ୍ତ୍ର ବିତରଣ କରାଯାଇଥିଲା ।ଉଭୟ କାର୍ଯ୍ୟକ୍ରମକୁ ରୋଟାରୀ ଜିଲ୍ଲା 3262 ର ସହକାରୀ ପ୍ରାନ୍ତପାଳ ରୋଟାରୀଆନ୍ କାମରାଜୁ ମହାରଣା ସଂଯୋଜନା କରିଥିଲେ ।ଉଭୟ ଗ୍ରାମର ବରିଷ୍ଠ ନାଗରିକ ମଞ୍ଚର ଏହି ସଂଯୋଜନା ଓ ସହଯୋଗିତା ପାଇଁ ସନ୍ତୋଷ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ