ଗରୁଡ ପକ୍ଷୀ ଦେଖିବାକୁ ଭିଡ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ବଡ଼ଗଡ଼ ବନାଞ୍ଚଳ ଭାଳିଆଗୋଛା ଲଷ୍ମୀ ନୃସିଂହ ମନ୍ଦିର ରୁ ଦୁଇଟି ଗରୁଡ ପକ୍ଷୀ ଉଦ୍ଧାର କରାଯାଇଛି ।ଦୁଇ ପକ୍ଷୀକୁ ଦେଖିବା ପାଇଁ ମନ୍ଦିର ରେ ପ୍ରବଳ ଭକ୍ତ ଙ୍କ ସମାଗମ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଆଜି ବଡ଼ ଏକାଦଶୀ ଯୋଗୁଁ ମନ୍ଦିରର ଧ୍ଵଜା ଲଗାଇବା ପାଇଁ ଗୌଡ଼ ଜଣକ ମନ୍ଦିର ଉପରକୁ ଗଲାବେଳେ ସେଠାରେ ଦୁଇଟି ପକ୍ଷୀ ଭୀଷଣ ଗର୍ଜନ କରୁଥିବା ଦେଖିବାକୁ ପାଇଥିଲେ। ସେଠାରୁ ଆସି ଗ୍ରାମବାସୀ ଙ୍କୁ ଖଵର ଦେଇ ଥିଲେ।ପକ୍ଷୀ ଦୁଇଟିକୁ ଉଦ୍ଧାର କରି ଗ୍ରାମବାସୀ ମନ୍ଦିର ଭିତରେ ରଖିଛନ୍ତି ।ପକ୍ଷୀ ଦୁଇଟିକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ବହୁ ଲୋକେ ଆସୁଛନ୍ତି।ପକ୍ଷୀଟିକୁ ଦେଖି ଗରୁଡ ପକ୍ଷୀ ବୋଲି ଲୋକେ କହୁଛନ୍ତି।ଲୋକେ ଦୁଇ ପକ୍ଷୀକୁ ପୂଜାର୍ଚନା କରି ମନ୍ଦିରକୁ ଦକ୍ଷିଣା ମଧ୍ୟ ଦାନ କରୁଥିବା ଦେଖିବାକୁ ମିଳିଥିଲା। ଘଟଣା ସମ୍ପର୍କରେ ବନ ବିଭାଗ କୁ ଖବର ଦିଆ ଯାଇଛି। ବର୍ତମାନ ସୁଦ୍ଧା ଦୁଇ ପକ୍ଷୀ କୁ ଉଦ୍ଧାର କରାଯାଇନଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ