ଗରେଇଝୁଳି ଗ୍ରାମରେ ବିଜେଡିର ମିଶ୍ରଣ ପର୍ବ
ପୋଲସରା – ପୋଲସରା ବ୍ଲକ ଅନ୍ତର୍ଗତ ଗରେଇଝୁଳି ଗ୍ରାମରେ ରବିବାର ଦିନ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେଡି ପକ୍ଷରୁ ମିଳନ ପର୍ବ ଅନୁଷ୍ଟିତ ହୋଇଯାଇଛି । ପୁର୍ବତନ ସମିତି ସଭ୍ୟ କୀରଣ କୁମାର ନାହାକଙ୍କ ନେତୃତ୍ୱରେ ଗରେଇଝୁଳି ଗ୍ରାମର ପ୍ରାୟ ଶତାଧିକ ଲୋକ ଅନ୍ୟଦଳ ପରିତ୍ୟାଗ କରି ନବୀନ ବାବୁଙ୍କ ଆଦର୍ଶ ଏବଂ ବିଧାୟକଙ୍କ ଲୋକ ସମ୍ପର୍କ ଓ ଉନ୍ନୟନ ମୂଳକ କାର୍ୟ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷ ସଂଯୁକ୍ତା ବାଡ଼ତ୍ୟା ପ୍ରମୁଖ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।