ଗର୍ତ୍ତ ରୁ ମିଳିଲା ଖଲି ଙ୍କ ମୃତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାସନାପୁଟି ଗ୍ରାମ ନିକଟ ଆଇଆର୍‌ଇଏଲ୍‌ ଡ୍ରେଜିଙ୍ଗ ଅଞ୍ଚଳରେ ଥିବା ଏକ ଗଭୀର ଗର୍ତ୍ତ ରେ ବୁଡି ଜଣେ ବ୍ୟକ୍ତିଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ମୃତବ୍ୟକ୍ତି ଜଣକ ହେଲେ ବାସନାପୁଟି ଗ୍ରାମର ଖଲ୍ଲୀ ନାୟକ । ସେ ସେଠାକୁ ଗାଧେଇବାକୁ ଯାଇଥିବା ବେଳେ କୋଣସି କରଣ ରୁ ନେଇ ତାଙ୍କ ଗୋଡ଼ ଖସି ଗର୍ତ୍ତ ଗଭୀର ପାଣି ଭିତରେ ବୁଡି ଯାଇଥିଲା, ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଛତ୍ରପୁର ଦମକଳବାହିନୀ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗର୍ତ୍ତ ରୁ ମୃତ ଦେହକୁ ଉଦ୍ଧାର କରିଥିଲା ।ଅନ୍ୟପଟେ ଦୀର୍ଘ ୧୦ରୁ ୧୨ ବର୍ଷ ଧରି ଆଇଆର୍‌ଇଏଲ୍‌ ପକ୍ଷରୁ ଏଠାରେ ଡ୍ରେଜିଙ୍ଗ କରାଯାଇଥିଲେ ମଧ୍ୟ ତାହାକୁ ପୋତା ଯାଇନାହିଁ । ଯାହା ଫଳରେ ଏପରି ଅଘଟଣ ଘଟିଥିବା ଦେଖିବାକୁ ମିଳିଲା l ଅନ୍ୟପଟେ ଘଟଣାର ସୂଚନା ପାଇଁ ପ୍ରବେସନାରୀ ଆଇପିଏସ ଅଧିକାରିଣୀ ଏ ବି. ଶିଳ୍ପା, ଚମାଖଣ୍ଡି ଥାନାର ଏସ ଆଇ ମାନସୀ ସାହୁ ପହଁଚି ମୃତ ଦେହ କୁ ଜବତ କରିବା ସହିତ ଏହାର ତଦନ୍ତ ଆରମ୍ଭ କରିଥିଲେ, ଏନେଇ ଏକ ମାମଲା ରୁଜୁ କରି ଶଵ କୁ ବ୍ୟବଛେଦ ନିମନ୍ତେ ଛତ୍ରପୁର ମେଡିକାଲ କୁ ପଠାଇଥିଲେ, ମୃତ ଖଲ୍ଲୀ ନାୟକ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କର ପରିବାରଙ୍କୁ ଜିଲା ପ୍ରଶାସନ ଓ ଆଇଆରଇଏଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଚିତ କ୍ଷତିପୂରଣ ଦେବା ସହ ଅଂଚଳ ରେ ଥିବା ଗର୍ତ୍ତ ଗୁଡିକୁ ପୋତିବା ପାଇଁ ଦାବି କରାଯାଇଥିଲା । ଏନେଇ ବାସନାପୁଟି ଗ୍ରାମ୍ୟ କମିଟି ସଭାପତି ସିଏଚ ଭଗବାନ ରେଡ୍ଡୀ ଙ୍କ ନେତୃତ୍ୱ ରେ ବହୁ ଗ୍ରାମବାସୀ ମାନେ ମୃତ ଖଲି ମର ଶରୀର ରଖି ଆଇଆଇଏଲ ଗେଟ ସମ୍ମୁଖରେ ଆନ୍ଦୋଳନ କୁ ଓଲ୍ହାଇଥିଲେ, ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ