ଗର୍ଭଧାରଣ ପୂର୍ବ ଓ ଗର୍ଭଧାରଣ ପ୍ରାକ ପରାମର୍ଶଦାତା କମିଟି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :ଗର୍ଭଧାରଣ ପୂର୍ବ ଓ ଗର୍ଭଧାରଣ ପ୍ରାକ ନିଦାନ କୌଶଳ ସମ୍ପର୍କିତ ଜିଲା ପରାମର୍ଶଦାତା ଓ ଟାସ୍କଫୋର୍ସ କମିଟିର ଏକ ବୈଠକ ଜିଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିବା ସହିତ ଗର୍ଭବତୀଙ୍କ ଉଚିତ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ସୁବିଧା ଯୋଗାଇବା ପାଇଁ ଡାକ୍ତରଖାନା ପରିସରରେ ଆଉ ଦୁଇଟି ଅଲଟ୍ରାସାଉଣ୍ଡ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଜିଲାପାଳ ପ୍ରସ୍ତାବ ଦେଇଥିଲେ । ତେବେ ସରକାରୀ ନିୟମ ଅବମାନନା କରି ଜିଲାରେ ଚାଲିଥିବା ଅଲଟ୍ରାସାଉଣ୍ଡ କେନ୍ଦ୍ରଗୁଡ଼ିକୁ ଯାଞ୍ଚ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦୁଲାଳ ସେନ ଜଗଦ୍ଦେବ ଏଥିରେ ଯୋଗଦେଇ ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶାଶାଙ୍କ ଶେଖର ଚୌଧୁରୀ ଏଥିରେ କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାେ ଅଂଶଗ୍ରହଣ କରିଥିଲେ ।