ଗର୍ଭବତୀଙ୍କୁ ୫କିମି ଖଟରେ ବୋହିଲେ ସମ୍ପର୍କୀୟ

ପୋଲସରା,(ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡି ପଞ୍ଚାୟତର ଚାଞ୍ଚରା ଗ୍ରାମର ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ମୋବାଇଲ ଲାଇଟ ଓ ବାଇକ ଲାଇଟରେ ଜଙ୍ଗଲ ରାସ୍ତାରେ ୫ କିଲୋମିଟର ପର୍ଯ୍ୟନ୍ତ ଦଉଡିଆ ଖଟିଆରେ ବୋହି ମେଡ଼ିକାଲକୁ ଆଣିଲେ ସମ୍ପର୍କୀୟ। ଆଦିବାସୀମାନଙ୍କ ସମସ୍ତ ପ୍ରକାର ସୁବିଧା ପାଇଁ ପ୍ରଚାର ଚାଲିଥିଲେ ମଧ୍ୟ ଏହି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଜଙ୍ଗଲ ମଧ୍ୟରେ ଥିବା ଚାଞ୍ଚରା ଗ୍ରାମରେ। ଶୁକ୍ରବାର ଦିନ ରାତିରେ ଚାଞ୍ଚରା ଗ୍ରାମର ରିତା ଶବରଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ହେଲେ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ତେଣୁ ରିତା ଶବରଙ୍କ ସମ୍ପର୍କୀୟମାନେ ତାଙ୍କୁ ଖଟିଆରେ ୫ କିଲୋମିଟର ଜଙ୍ଗଲ ରାସ୍ତାରେ ବୋହି ପାଣ୍ଡିରିପଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ନେଇଥିଲେ। ଅନ୍ଧାର ରାତ୍ରରେ ରାସ୍ତା ଦେଖା ନଯିବାରୂ ଗୋଟିଏ ବାଇକ ଓ ମୋବାଇଲ ଫୋନ ଲାଇଟକୁ ଆଶ୍ରୟ କରି ହାତୀ ଭୟ ଥିଲେ ମଧ୍ୟ ରିତାଙ୍କ ଗର୍ଭ ଯନ୍ତ୍ରଣା ପରିବାର ଲୋକଙ୍କୁ ଜଙ୍ଗଲ ରାସ୍ତାରେ ଆସିବାକୁ ବାଧ୍ୟ ହୋଇଥିଲେ। ରିତାଙ୍କ ଶରୀରରେ ଜ୍ବର ଥିବା ଯୋଗୁଁ ପାଣ୍ଡିରିପଡା ମେଡ଼ିକାଲରୁ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ମାତ୍ର ଭଗବାନଙ୍କ ଆଶୀର୍ବାଦରୁ ପୋଲସରା ମେଡ଼ିକାଲରେ ଭଲଭାବେ ପ୍ରସବ ହେବା ସହ ମାଆ ଓ ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ସରକାର ଦେଶର ପ୍ରଗତି ଶୀର୍ଷରେ ପହଞ୍ଚିଥିବା ନେଇ ପ୍ରଚାର ହେଉଥିବା ବେଳେ ମାତ୍ର ପାଞ୍ଚ କିଲୋମିଟର ରାସ୍ତା ନିର୍ମାଣ ହୋଇନଥିବା ଯୋଗୁ ଚାଞ୍ଚରା ଗ୍ରାମକୁ ଆମ୍ବୁଲାନ୍ସ ଯାଇନପାରି ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆଣିବାକୁ ପଡିଲା। ଏହା ହେଉଛି ଦେଶର ପ୍ରଗତିର ନଗ୍ନ ଚିତ୍ର।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ