ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହ ଗ୍ରାମରେ ଚାଞ୍ଚଲ୍ୟକର ଘଟଣା । ଝିଅ ହେବାର ଆଶଙ୍କା କରି ଜଣେ ୬ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ବିଜାଡିହ ଗ୍ରାମର ତନୁ ରାଉତ । ତନୁ ୬ ମାସ ହେବ ଗର୍ଭବତୀ ଥିବା ଜଣାପଡିଛି । ତେବେ ତାଙ୍କର ପୂର୍ବରୁ ଏକ ୪ ବର୍ଷର ଏକ ଶିଶୁ କନ୍ୟା ମଧ୍ୟ ରହିଛି । ପୁନଶ୍ଚ ଝିଅ ହେବାର ଆଶଙ୍କା କରି ତନୁଙ୍କ ସ୍ୱାମୀ ରାଜେଶ ରାଉତ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏବଂ ତାଙ୍କୁ ଆଜି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତନୁଙ୍କ ବାପା ପରଜଙ୍ଗ ଥାନା ବସୁଲେଇ ଗ୍ରାମର ନିତ୍ୟାନନ୍ଦ ଭୁତିଆ ୨୦୧୮ ମସିହାରେ ଝିଅକୁ ବୈଦିକ ରୀତିରେ ବିବାହ କରିଥିଲେ । ତେବେ କିଛି ମାସ ପାରିବାରିକ ଜୀବନ ଠିକ ଠାକ ଚାଲିଥିଲା । ତେବେ ପ୍ରଥମେ ତନୁଙ୍କର ଏକ ଝିଅ ଜନ୍ମ ହୋଇଥିଲା ଏବଂ ପରେ ତନୁ ପୁନଶ୍ଚ ଗର୍ଭବତୀ ପରେ ଝିଅ ହେବାର ଆଶଙ୍କା କରି ତାଙ୍କୁ ସ୍ୱାମୀ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପରିବାର ଲୋକେ କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ତନାଘନା କରିଛି ପୋଲିସ । ସେପଟେ ତନୁଙ୍କ ସ୍ୱାମୀ ଫେରାର ଥିବା ଜଣାପଡିଛି ।