ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ:ହତ୍ୟା ଅଭିଯୋଗ
ବାରିପଦା,(ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଜ୍ୟୋତିରେଖା ଦାସ l ସୂଚନା ଅନୁଯାୟୀ, ଜ୍ୟୋତି ଗାଁଅମର୍ଦା ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ଗ୍ରାମର ରଞ୍ଜନ ଦାସଙ୍କୁ ବିବାହ କରିଥିଲେ l ତେବେ ଗତ କିଛି ଦିନ ଜ୍ୟୋତିଙ୍କ ଶ୍ୱଶୁର ଘରେ ପାରିବାରିକ କଳହ ଲାଗି ରହୁଥିଲା l ତେବେ ଗତ ଅକ୍ଟୋବର ତିନି ତାରିଖ ଦିନ ଜ୍ୟୋତିଙ୍କ ବାପା ବଂଶୀଧର ଦାସ ପ୍ରହରାଜପୁରକୁ ଯାଇ ଜ୍ୟୋତିଙ୍କ ଶ୍ୱଶୁର ଓ଼ ତାଙ୍କ ଘର ଲୋକଙ୍କ ସହିତ ବୁଝାମଣା କରି ଫେରି ଆସିଥିଲେ l ତେବେ ପୂର୍ବରୁ ପାରିବାରିକ କଳହ କୁ ନେଇ ଗାଁ ରେ ଆଲୋଚନା ହେବା ସହ ଫାଣ୍ଡିରେ ଅଭିଯୋଗ ହୋଇଥିବା କହିଛନ୍ତି ପରିବାର ଲୋକେ । ତେବେ ଗତକାଲି ସନ୍ଧ୍ୟାରେ ଜ୍ୟୋତିଙ୍କ ବାପ ଘର ଲୋକେ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ଜ୍ୟୋତି ଫୋନ ଗ୍ରହଣ କରିଥିଲେ l କିଛି ସମୟ ପରେ ପୁଣି କଲ କରିବାରୁ ଜ୍ୟୋତିଙ୍କ ଥିବା ଏକ ଚାରି ବର୍ଷର ଝିଅ କଲ ରିସିଭ କରି କାନ୍ଦିବାରୁ ଜ୍ୟୋତିଙ୍କ ବାପା, ମା ପ୍ରହରାଜପୁରକୁ ଯାଇଥିଲେ ଏବଂ ତାଙ୍କ ଝିଅ ଜ୍ୟୋତ ଫାଶୀ ହୋଇ ଆତ୍ମହତ୍ୟା କରିଥିବାର କଥା ଜାଣିବାକୁ ପାଇଥିଲେ l ତେବେ ଜ୍ୟୋତିଙ୍କ ମରଶରୀରକୁ ଏକ ଖଟରେ ତାଙ୍କ ଶ୍ୱଶୁର ଘର ଲୋକେ ଶୁଆଇ ଦେଇଥିବାର ଦେଖିଥିଲେ l କିନ୍ତୁ ଶ୍ୱଶୁର ମେଡିକାଲ ଆଣିନଥିବା ଅଭିଯୋଗ କରିଛନ୍ତି ଝିଅର ବାପା ।ତେବେ ଜ୍ୟୋତିଙ୍କୁ ତାଙ୍କ ବାପ ମା ରାସଗୋବିନ୍ଦପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ l ଜ୍ୟୋତିଙ୍କୁ ହତ୍ୟା କରି ମାରିଦେଇଥିବାର ଅଭିଯୋଗ କରିଛନ୍ତି ଜ୍ୟୋତିଙ୍କ ପରିବାର ଲୋକେ l ତେବେ ଜ୍ୟୋତି ଚାରି ମାସ ର ଗର୍ଭବତୀ ଥିବା କହିଛନ୍ତି ପରିବାର ଲୋକେ । ପରେ ମୃତଦେହକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଥିବାର ଜଣାପଡିଛି l ସୂଚନାଯୋଗ୍ୟଯେ, ଜ୍ୟୋତିଙ୍କ ସ୍ୱାମୀ ରଞ୍ଜନ ଭୁବନେଶ୍ୱରରେ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଆଜି ସକାଳୁ ପହଞ୍ଚି ଜ୍ୟୋତିଙ୍କ ହତ୍ୟାକୁ ସେ ଖଣ୍ଡନ କରିଥିବା ବେଳେ ପାରିବାରିକ କଳହ ଥିବା ପରୋକ୍ଷ ରେ ସ୍ୱାକାର କରିଥିଲେ l ତେବେ ପୋଲିସ ର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ।