ଗର୍ଭବତୀ ମହିଳାଙ୍କ କେନ୍ଦ୍ରୀୟ ଅର୍ଥକୁ ଲୁଟ କରୁଛି କି?

ଦାରିଙ୍ଗବାଡି,(ପ୍ରିୟବ୍ରତ): ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାର ଅର୍ଥ ବାଟମାରଣା କରୁଛନ୍ତି ଅଧିକାରୀ। ଗର୍ଭବତୀ ମହିଳାଙ୍କୁ ରୁଟି, ଅଣ୍ଡା ଓ କ୍ଷୀର ଦେବା ନାଁରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ପ୍ରତି ମାସରେ ଲୁଟର କାର୍ଯ୍ୟକ୍ରମ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିରୋଧରେ ଆସିଛି ଏଭଳି ଅଭିଯୋଗ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଯୋଜନାରେ ପ୍ରତି ମାସ ଭଳି ସୋମବାର ଗର୍ଭବତୀ ମହିଳାଙ୍କ ମାଗଣା ପରୀକ୍ଷା ଏବଂ ଚିକିତ୍ସା କରାଯାଇଛି। ଯେଉଁଥିରେ ୬୦ ରୁ ଉର୍ଦ୍ଧ୍ବ ଗର୍ଭବତୀ ମହିଳାଙ୍କ ପରୀକ୍ଷା ଏବଂ ଚିକିତ୍ସା କରାଯାଇଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସେମାନଙ୍କୁ ଗୋଟିଏ ଗ୍ଲାସ କ୍ଷୀର, ଦୁଇଟି ରୁଟି ଓ ଗୋଟିଏ ଶିଝା ଅଣ୍ଡା ଖାଦ୍ୟ ଭାବେ ପ୍ରଦାନ କରାଯାଇଛି। ଯାହାର ମୂଲ୍ୟ ଅତ୍ୟାଧିକ ହେଲେ କେବଳ ଯେ ୩୦ ରୁ ୪୦ ଟଙ୍କା ମଧ୍ୟରେ ହେବ। ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟିଏ ଗର୍ଭବତୀ ମହିଳାଙ୍କ ପାଇଁ ୧୧୦ ଟଙ୍କା ଆସୁଥିବା ବେଳେ ବଳକା ଅର୍ଥ ଏଠି ଯାଉଛି କୁଆଡ଼େ ବୋଲି ପ୍ରଶ୍ନ ଉଠିଛି ? ନା ଦାୟିତ୍ୱରେ ଥିବା ଅଧିକାରୀମାନେ ଏ ସବୁ ଲୁଟ କରୁଛନ୍ତି? ତେବେ ଏନେଇଁ ଦାରିଙ୍ଗବାଡ଼ି ଗୋଷ୍ଟି ଜନସ୍ୱାସ୍ଥ୍ୟ ଅଧିକାରୀ ଜାକେଶ ସାମନ୍ତରାୟ କହିଛନ୍ତି ଯେ ଏନେଇଁ ସେ କୌଣସି ଗର୍ଭବତୀ ମହିଳାଙ୍କ ପକ୍ଷରୁ ଅଭିଯୋଗ ପାଇନାହାନ୍ତି। ଗର୍ଭବତୀଙ୍କୁ କ୍ଷୀର, ଅଣ୍ଡା ଓ ରୁଟି ଦିଆଯିବା ସହ ସାଥିରେ ଆସିଥିବା ଆଶା କର୍ମୀ ମାନଙ୍କୁ ମଧ୍ୟ କ୍ଷୀର ଓ ରୁଟି ଦିଆଯାଉଛି। ତେଣୁ ବଳକା କିଛି ରହୁନାହିଁ। ଅନ୍ୟପକ୍ଷେ ଆଶା କର୍ମୀମାନଙ୍କ କହିବା କଥା ଯେ ପୂର୍ବରୁ ଏହି ଯୋଜନାରେ ୫୦ ଟଙ୍କା ଆସୁଥିବା ବେଳେ ଯେଉଁ ସବୁ ଖାଦ୍ୟ ଗର୍ଭବତୀ ମହିଳାଙ୍କୁ ଖାଇବାକୁ ଦିଆଯାଉଥିଲା। ଆଜି କା ଦିନରେ ମଧ୍ୟ ତାହା ୧୧୦ ଟଙ୍କାକୁ ବୃଦ୍ଧି ପାଇଁଥିଲେ ମଧ୍ୟ ସେଥିରେ କୌଣସି ପରିବର୍ତ୍ତନ ହେଉନାହିଁ। ଏମିତିରେ ଅଧିକାରୀ ମଧ୍ୟ ସବୁ ଜାଣି ନିରବ ରହୁଥିବାରୁ କାହାକୁ ବା ଅଭିଯୋଗ କଲେ କଣ ହେବ ବୋଲି ଆଶା କର୍ମୀ ମାନଙ୍କ ପକ୍ଷରୁ କୁହାଯାଉଛି। ଏଭଳି ସ୍ଥିତିରେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ଅତ୍ୟନ୍ତ ଆବଶ୍ୟକ ବୋଲି ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ