ଗର୍ଭବତୀ ସ୍ତ୍ରୀକୁ ନିର୍ଯାତନା ଅଭିଯୋଗ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସବିତା ଜେନା, ୫୦ବର୍ଷ, ସ୍ୱାମୀ- ଶ୍ୟାମସୁନ୍ଦର ଜେନା, ନୁଆପୁର ସିନ୍ଧିଆ, ଥାନା- ସଦର, ଜିଲ୍ଲା- ବାଲେଶ୍ୱର, ମୋର ଝିଅ ଲୀନା ଜେନାକୁ ଔପାଳ ଗ୍ରାମନିବାସୀ ପୁରୁଷୋତ୍ତମ ଜେନାଙ୍କ ପୁଅ ଭଜେନ୍ଦ୍ର ଜେନାଙ୍କୁ ଗତ ତା.୨୨.୭.୨୦୧୫ମସିହାରେ ବିବାହ ଦେଇଥିଲି । ବର ପକ୍ଷଙ୍କ ଦାବି ଅନୁସାରେ ଯୌତୁକ ସହ ଆସବାପତ୍ର ମଧ୍ୟ ଦେଇଥିଲି । ବର୍ତ୍ତମାନ ମୋର ଝିଅ ଦୁଇଗୋଟି ସନ୍ତାନର ମା ଅଟେ । ବିବାହ ପରେ ଅଧିକ ଯୌତୁକ ଦାବି କରି ମୋ ଝିଅର ସ୍ୱାମୀ, ଶାଶୁ, ଶଶୁର ଓ ଦିଅରମାନେ ଶାରିରୀକ, ମାନସିକ ଯନ୍ତ୍ରଣା ଦେଇ ଆସୁଥିବା ଯୋଗୁଁ ବାରମ୍ବାର ଭଦ୍ରଲୋକଙ୍କ ସହାୟତାରେ ସମାଧାନ ସକାଶେ ଚେଷ୍ଟା କରି ମଧ୍ୟ ବିଫଳ ହେଲି । ଶେଷରେ କୌଣସି ବାଟ ନପାଇ ଆଇନର ଆଶ୍ରୟ ନେଇ ହଳଦିପଦା ଫାଣ୍ଡି ଅଫିସରଙ୍କ ଜରିଆରେ ସଦର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ଦାୟର କଲି । ଥାନାଧିକାରୀ ମୁଦାଲାମାନଙ୍କୁ ଥାନାକୁ ତଲବ କରି ଆଣିବା ସହ ମୁଦାଲାମାନେ ସମାଧାନ ସକାଶେ ଅନୁରୋଧ କରିବାରୁ ତା.୬.୮.୨୦୧୮ରିଖ ଲିଖିତ ଆକାରରେ ସମାଧାନ କରାଇଥିଲେ । ଭବିଷ୍ୟତରେ ମୁଦାଲାମାନେ କୌଣସି ପ୍ରକାର ଯୌତୁକ ଦାବି କିମ୍ବା ବେଆଇନ କାର୍ଯ୍ୟ ଓ କୌଣସି ଶାରିରୀକ ତଥା ମାନସିକ ଯନ୍ତ୍ରଣା ନଦେଇ ଝିଅକୁ ଭଲରେ ରଖିବେ ବୋଲି କଥା ଦେଇଥିଲେ । ବର୍ତ୍ତମାନ ମୁଦାଲା ତଥା ଭଜେନ୍ଦ୍ର ଜେନା ୨୯ ବର୍ଷ, ଜିତେନ୍ଦ୍ର ଜେନା ୨୧ ବର୍ଷ, ରାଜେନ୍ଦ୍ର ଜେନା, ୩୧ ବର୍ଷ, ପିତା ପୁରୁଷୋତ୍ତମ ଜେନା, ବାସନ୍ତୀ ଜେନା (୫୧), ସ୍ୱାମୀ ପୁରୁଷୋତ୍ତମ ଜେନା, ପୁରୁଷୋତ୍ତମ ଜେନା (୬୨), ପିତା ୰ବୃନ୍ଦାବନ ଜେନା, ଦିପ୍ତୀରେଖା ଜେନା, ସ୍ୱାମୀ ରାଜେନ୍ଦ୍ର ଜେନା, ଆମ୍ଭ ଝିଅକୁ ମାରପିଟ୍ କରି ନାନା ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଖାଇବାକୁ ନଦେବା ଇତ୍ୟାଦି ସମସ୍ତ ପ୍ରକାର ଯନ୍ତ୍ରଣାମାନ ଦେବା ସହ ମାରପିଟ୍ କରୁଛନ୍ତି । ବର୍ତ୍ତମାନ ମୋର ଝିଅ ୪ ମାସର ଗର୍ଭବତୀ ଅଛି । ଏହି ପରିପ୍ରେକ୍ଷୀରେ ମୋର ଝିଅ ଶରିରୀକ ଯନ୍ତ୍ରଣା, ଦୁଃଖ କଷ୍ଟ ଅନୁଭବ କରୁଛି । ତତ୍ସହ ତା’ ସ୍ୱାମୀ ଘର ପରିବାର ଲୋକେ ତାକୁ ପେଟ୍ରୋଲ ଢାଳି ପୋଡି ତାକୁ ଜୀବନରୁ ମାରି ଦେବା ପାଇଁ ଧମକଚମକ ଦେଉଛନ୍ତି । ଆମ୍ଭ ଝିଅ ଲୀନାର ଜୀବନ ବର୍ତ୍ତମାନ ବିପଦପୂର୍ଣ୍ଣ ଥିବାରୁ ଆମ୍ଭେ ପୋଲିସଙ୍କ ସାହାଯ୍ୟରେ ତଥା ମୁଦାଲାମାନଙ୍କ କବଳରୁ ରକ୍ଷା କରିବାକୁ ଚାହୁଁଅଛି । ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନନେଲେ ମୋର ଝିଅ ଲୀନାକୁ ମାରି ଦେବେ ବୋଲି ଅନୁମାନ କରୁଛି । ତେଣୁ ଘଟଣାର ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଆଶାବ୍ୟକ୍ତ କରୁଛି ।