ଗର୍ଭାବସ୍ଥାରେ କରନ୍ତୁ ନାହିଁ ବିମାନ ଯାତ୍ରା
ଗର୍ଭାବସ୍ଥାରେ ପ୍ରଥମ ୩ ମାସ ଓ ଶେଷ ୩ ମାସରେ ବିମାନରେ ଯାତ୍ରା ନକରିବା ଭଲ । ବିମାନ ଯାତ୍ରା ସମୟରେ ଡିପଭେନଥରମ୍ବୋସିସ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ଯେଉଁମାନଙ୍କର ଆଗରୁ ଡିଭିଟି ହୋଇଥିବ ବା ବଂଶଗତ ଥିବା କିମ୍ବା ମୋଟା ହୋଇଥିବେ, ତେବେ ସେମାନେ ବେଶି ପରିମାଣରେ ଏହି ରୋଗରେ ଆକ୍ରାନ୍ତ ହୋଇଯାନ୍ତି । ତେବେ ବିମାନ ଯାତ୍ରା କରୁଥିବା ବେଳେ ଗୋଡ଼ରେ ମୋଜା କିମ୍ବା ଷ୍ଟକିଂ ପିନ୍ଧିବା ଜରୁରୀ । ଏହାଛଡ଼ା ଗୋଡ଼ ହଲାଇବା ପାଦରେ କିଛି ସମୟ ଚାଲିବା ଜରୁରୀ । ଏହାଛଡ଼ା ପ୍ରଚୁର ପାଣି ପିଇବା ଉଚିତ ।