ଗଳିଗୋପାଳପୁର ରେ ଧୁମ୍ ଧାମରେ ପାଳିତ ହେଲା ସନ୍ତୋସୀ ମା ବ୍ରତ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଗଳିଗୋପାଳପୁର ଗ୍ରାମରେ ବଡ ଧୁମ୍ ଧାମରେ ପାଳିତ ହୋଇଛି ସନ୍ତୋସୀ ମାଙ୍କ ବ୍ରତ । ଶହ ଶହ ଭକ୍ତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସି ଏହି ପୁଜାଉତ୍ସବରେ ସାମିଲ ହୋଇଛନ୍ତି। ଗଣେଷ ପୁଜା ପରେ ୧୬ ଶୁକ୍ରବାର ଏହି ବ୍ରତ ପାଳନ ପରେ ଆଜି ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇଛି। ଏଥିପାଇଁ ଗାଁ ଟି ଲୋକାରଣ୍ୟ ହୋଇଉଠିଛି। ଦୀର୍ଘ ୩୦ବର୍ଷ ଧରି ଏକ ଚାଳ ଘରେ ଏହି ପୂଜା ଚାଲୁଥିବା ବେଳେ ଶିକ୍ଷାବିତ ଅଭିରାମ ସାଙ୍କ ଉଦ୍ୟମ କ୍ରମେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏବେ ନୂତନ ମନ୍ଦିର ନିର୍ମାଣ କରାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ବିଶେଷ କରି ମହିଳା ମାନେ ଏହି ବ୍ରତ କରୁଥିବା ବେଳେ ସନ୍ତୋଷୀ ମାଆ ଙ୍କୁ ବିପଦ ବେଳେ ଯେ ଡାକେ ମାଆ ତାଙ୍କ ଡାକ ଶୁଣିଥାନ୍ତି ବୋଲି ଭକ୍ତ ମାନେ କହିଛନ୍ତି। ପ୍ରଥା ଅନୁସାରେ ପୂଜାପରେ ଛୋଟ ଛୋଟ ପିଲା ମାନଙ୍କୁ ପ୍ରସାଦ ଅର୍ପଣ କରିବା ପରେ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇ ଥାଏ। ଆଜିର ପୁଜା ଉତ୍ସବରେ ଶାନ୍ତିଲତା ସା କର୍ତ୍ତା ଭାବେ ସାମିଲ ହୋଇଥିବା ବେଳେ ସଂଯୁକ୍ତା ଲେଙ୍କା, ମମତା ସା, ଟିକିଲି ସା, ନିହାରିକା ସା, ବୀଣାପାଣି ଲେଙ୍କା, ଜମୁନା ସା, ଝିନାରାଣି ସା, ରାଧାରାଣୀ ସା, ସଂଯୁଲତା ରାଉତ, ପ୍ରମିଳା ସା, ରୋନି ସା, ସୁକାନ୍ତି ଲେଙ୍କା , ମୋନାଲିସା ସା ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ।