ଗାଁ ଅଛି ହେଲେ, ନାହାଁନ୍ତି ଲୋକ
ପୃଥିବୀର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରହସ୍ୟ ରହିଛି । ଏହାର ଉତ୍ତର ଆଧୁନିକ ବିଜ୍ଞାନ ମଧ୍ୟ ଖୋଜିପାଇନି । ରାଜସ୍ଥାନ ଜୈସଲମେର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଏକ ଅଞ୍ଚଳ । ଏଠାରେ ଗୋଟିଏ ଦୁଇଟି ନୁହେଁ, ମୋଟ ୯୪ ଗାଁରେ କେହି ବି ରୁହନ୍ତିନି । ଏଠାରେ ଭୁତପ୍ରେତ ରହିଥାନ୍ତି ବୋଲି ସ୍ଥାନୀୟ ଲୋକେ କହିଥାନ୍ତି । ସେ ଅଞ୍ଚଳ ହେଉଛି କୁଲଧାରା । ଲୋକେ ଏହାକୁ ଅଭିଶପ୍ତ ଅଞ୍ଚଳ କୁହନ୍ତି । ପୂର୍ବରୁ ଏଠାରେ ରାଜପୁତମାନେ ବାସ କରୁଥିଲେ । ତେବେ ଜଣେ ସ୍ଥାନୀୟ ରାଜାଙ୍କ ଲୋଲୁପ ଦୃଷ୍ଟି ଯୋଗୁ ଏହି ଅଞ୍ଚଳ ହୋଇଥିଲା ଅଭିଶପ୍ତ । ରାଜା ଏଠାକାର ଜଣେ ସୁନ୍ଦରୀ ମହିଳାଙ୍କୁ ଭଲ ପାଇ ବସିଲେ । ତେବେ ମହିଳା ଜଣକ ରାଜାଙ୍କ ଅତ୍ୟାଚାର ସହ୍ୟ ନ କରି ଶେଷରେ ଅଭିଶାପ ଦେଇଥିଲେ ବୋଲି ଲୋକେ କୁହନ୍ତି । ସେବେଠାରୁ ଅଞ୍ଚଳରେ ଥିବା ଛୋଟ ବଡ଼ ସମସ୍ତ ଗାଁ ଛାଡ଼ି ଲୋକେ ଅନ୍ୟତ୍ର ବାସ କରିବାକୁ ଚାଲିଗଲେ ।


