ଗାଁ କଲ୍ୟାଣ ସମିତି ପକ୍ଷରୁ ଖରମୁଣ୍ଡା ଗ୍ରାମରେ ସ୍ଵାକ୍ଷରତା ଅଭିଯାନ
ଜମନକିରା, (ଲିପନ ନାଏକ):ଜମନକିରା ବ୍ଲକ ବଡ଼ରମା ଗ୍ରାମ ପଞ୍ଚାୟତ ର ଖରମୁଣ୍ଡା ଗ୍ରାମ “ଗାଁ କଲ୍ୟାଣ ସମିତି” ଆନୁକୂଲ୍ୟରେ ସାକ୍ଷରତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଏକ ଶୋଭାଯାତ୍ରା ଗାଁ ପରିକ୍ରମା କରି ସାକ୍ଷରତା ସଚେତନତା ସ୍ଲୋଗାନ ବୋଲି ସଚେତନତା ବାର୍ତ୍ତା ଦିଆଯାଇ ପରେ ଏକ ସଭା କାର୍ଯ୍ୟକ୍ରମ ହୋଇଥିଲା l ସଭାରେ ସାକ୍ଷରତା ଉପରେ ସଚେତନତା, ନିରକ୍ଷରତା ଦୂରୀକରଣ,ଶିକ୍ଷା ର ମହତ୍ୱ, ଶିକ୍ଷିତ ପରିବାର, ସୁସ୍ଥ୍ୟ ସମାଜ ଗଢିବା, ଉପରେ ଆଲୋଚନା ହୋଇଥିଲା lମୁଖ୍ୟ ଅତିଥି ଡ଼. ରାଜାରାମ ଷଡ଼ଙ୍ଗୀ ଶିକ୍ଷା ର ମହତ୍ୱ, ଝିଅ ମାନଙ୍କ ଶିକ୍ଷା କୁ ପ୍ରାଧାନ୍ୟ ଶିଶୁ ମାନଙ୍କ ଉପଯୁକ୍ତ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ଗଢିବାରେ ମାତା, ପିତାଙ୍କ ଗୁରୁ ଦାୟିତ୍ୱ ଉପରେ ଅଭିଭାଷଣ ରଖିଥିଲେ l ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀ ବିଜୟ କୁମାର ନାୟକ ଖରାପ ଅଭ୍ୟାସ କୁ ନିବାରଣ,ବ୍ୟବହାରିକ ପରିବର୍ତ୍ତନ, ସୁସ୍ଥ ଶିକ୍ଷିତ ସମାଜ ଗଢିବା, ଉପରେ ଅଭିଭାଷଣ ରଖିଥିଲେ lମୁଖ୍ୟ ଅତିଥି – ଡ଼. ରାଜାରାମ ଷଡ଼ଙ୍ଗୀ, ସମ୍ମାନିତ ଅତିଥି – ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ବିଜୟ କୁମାର ନାଏକ, ଖରମୁଣ୍ଡା ଗ୍ରାମ ର ୱାର୍ଡ ମେମ୍ବର ଶ୍ରୀ ପ୍ରଶାନ୍ତ କର୍ତ୍ତା,ଆଶା କର୍ମୀ ଶ୍ରୀମତୀ ପିରୋବତୀ ସିଂ, ଅଙ୍ଗାୱାଡି କର୍ମୀ -ଆନିତା ଟପ୍ପୋ,ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ରବି ରାଉତ,ଗାଁ କଲ୍ୟାଣ ସମିତି ସଦସ୍ୟ/ସଦସ୍ୟା -ଯୁଗଳ ସିଂ, ସୁବାସିନୀ ଭଈଁଷା, ରଜନୀ ବାଘ, ନିରୁପମା ସେଲମା, ସୁଶୀଲା ମକର ସି. ଆର. ପି. ଜୟନ୍ତୀ ବାଘ, ବଡ଼ରମା ସବ -ସେଣ୍ଟର ଏ.ଏନ. ଏମ. ନିରୁପମା ପାଢ଼ୀ , ମୁଣ୍ଢେନ ପଲି ଆଶା କର୍ମୀ ବବିତା ନାଥ,କୁରେଇବାହାଲ ଅଙ୍ଗନୱାଡି କର୍ମୀ ସୁଶୀଲା ଟପ୍ପୋ, ଗାନ୍ତବ ଆଶା କର୍ମୀ ପୁଷ୍ପା ପଧାନ, ଅଙ୍ଗନୱାଡି କର୍ମୀ ସବିତା ଦେହୁରୀ ଏବଂ ଗ୍ରାମ ବାସୀ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ l ସମାଜ ସେଵୀ ଦଶରଥ ସିଂ ସଭା ପରିଚାଳନା କରିଥିଲେ l