ଗାଁ ଗଣ୍ଡାରେ ସଧବା ମହିଳାଙ୍କ ପନ୍ଥେଇ ପୂଜା

ନିମାପଡା (ସନ୍ତୋଷ ଦାଶ): ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର. ପ୍ରାଚୀ ଉପତ୍ୟକାର ବିଭିନ୍ନ ଗ୍ରାମରେ ସଧବା ମହିଳାଙ୍କ ଦ୍ୱାରା ଆରମ୍ଭ ହୋଇଛି ଚୈତ୍ର ମଙ୍ଗଳବାର ବ୍ରତ । ଗାଁ ଗଣ୍ଡାରେ ପନ୍ଥେଇ ଖୋଳି ସଧବା ମହିଳା ମାନେ କରିଛନ୍ତି ମଙ୍ଗଳାଙ୍କ ପୂଜା ନିଜ ସନ୍ତାନ ଓ ସ୍ୱାମୀଙ୍କ ମଙ୍ଗଳ କାମନା କରି ସଧବା ମହିଳା ମାନେ ପନ୍ଥେଇ ଭିତରେ ହଳଦୀ, ଚନ୍ଦନ ଓ ଚୁଆ ପାଣିଭର୍ତ୍ତି କରି ଫଳମୂଳ ଆମ୍ବକସି ଭୋଗଲାଗି କରିଛନ୍ତି । ଶୁଦ୍ଧ ପୁତ ଭାବେ ସ୍ନାନ ସାରି ପନ୍ଥେଇ ପୂଜା ସାରିବା ପରେ ଶୁଦ୍ଧ ହବିଷ ଭୋଜନ କରିଛନ୍ତି । ମହିଳା ମାନେ ୫ ମଙ୍ଗଳବାର ପନ୍ଥେଇ ପୂଜା କରିବା ପରେ ଶେଷ ମଙ୍ଗଳବାର ଦିନ ବ୍ରତ ଉଦଯାପନ କରିବେ । ପନ୍ଥେଇ ପୂଜା ବା ଚୈତ୍ର ମଙ୍ଗଳବାର ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଅଞ୍ଚଳ ଉତ୍ସବ ମୁଖର ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ