ଗାଁ ଗଣ୍ଡାରେ ହେଲାନି ଘୋଷଯାତ୍ରା, ଭକ୍ତ ନିରାଶ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ପବିତ୍ର ରଥାଯାତ୍ରା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଥିବା ବେଳେ ସମସ୍ତଙ୍କ ଲକ୍ଷ ମାନ୍ୟବର ସୁପ୍ରିମକୋର୍ଟଙ୍କ ଉପରେ ରହିଥିଲା । କିନ୍ତୁ କେବଳ ପୁରୀ ବ୍ୟତିତ ଅନ୍ୟ କୌଣସି ଠାରେ ରଥ ଗଡିବ ନାହିଁ ବୋଲି ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେବାପରେ ଆଜି ଭକ୍ତ ମାନଙ୍କ ମଧ୍ୟରେ ନିରାଶା ଖେଳିଯାଇଥିଲା । ହାଟଡିହି ବ୍ଲକର ଢ଼େଙ୍କା, ଜମ୍ଭରା, ଶାଳଣିଆଁ, ମୁଗୁପୁର, ବଞ୍ଚୋ, ଅଣାମଠ ପ୍ରଭୃତି ସ୍ଥାନ ମାନଙ୍କରେ ଧୁମଧାମରେ ପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବାବେଳେ ଆଜି କେବଳ ରୀତିନୀତି ମତେ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ପହଣ୍ଡି କରାଯାଇଥିଲା । ମାନ୍ୟବର ଅଦାଲତଙ୍କ ରାୟକୁ ସମସ୍ତେ ସମ୍ମାନ ଜଣାଇ କେବଳ ରିତୀନୀତିରେ ପୂଜାକାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥିଲେ ମଧ୍ୟ କୋଭିଡ-୧୯ ପାଇଁ କେହିବି ମନ୍ଦିର ପାଖକୁ ଯାଇ ନଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ