ଗାଁ ଗାଁ ବୁଲି ନିଖୋଜ ପୁଅକୁ ଖୋଜୁଛନ୍ତି ବାପା ମା

ହାଟଡ଼ିହି, : ଦୀର୍ଘ ୧୨ଦିନ ହେଲା ଏ ଗାଁ, ସେ ଗାଁ, ଏ ବଜାର ସେ ବଜାର ହୋଇ ପୁଅକୁ ଖୋଜୁଛନ୍ତି ବାପା ମା । ଭଦ୍ରକ ଜିଲ୍ଲା ଆଗରପଡା ଥାନା ଆପ୍ତିିରା ଗ୍ରାମର ଗୋବିନ୍ଦ ଜେନା ଓ ତାଙ୍କ ସ୍ତ୍ରୀ ପୁଅକୁ ଖୋଜି ଖୋଜି ଥକିଗଲେଣି ହେଲେ ପୁଅର ସନ୍ଧାନ ପାଇ ପାରୁ ନାହାନ୍ତି । ବନ୍ତ, ଆଗରପଡା, ଭଦ୍ରକ, କୁପାରୀ, ଖଇରା ପ୍ରଭୃତି ଅଞ୍ଚଳ ବୁଲାବୁଲି କରି କରି ଆସି ଆଜି ଛେନାପଦି ଛକରେ ବିଭିନ୍ନ ଲୋକଙ୍କୁ ପୁଅର ଫଟୋ ଦେଖାଇ ସନ୍ଧାନ ପାଇବା ଆଶାରେ ପଚାରି ବୁଲୁଛନ୍ତି । ସେମାନଙ୍କ କହିବାନୁଯାଇ ତାଙ୍କ ୧୩ବର୍ଷର ପୁଅ ସନ୍ଦିପ କୁମାର ଜେନା ବାଙ୍କତିରା ହାଇସ୍କୁଲରେ ୯ମ ଶ୍ରେଣୀରେ ପଢ଼ୁଥିବାବେଳେ ଗତ ୨୨ତାରିଖ ଦିନ ସେ କ୍ରିକେଟ ଖେଳିବାକୁ ଗାଁ ପଡିଆକୁ ଯାଇଥିଲ । ଅନ୍ୟ ସମସ୍ତେ ପିଲାମାନେ ଘରକୁ ଫେରିଥିବାବେଳେ ସନ୍ଦିପ ଆଉ ଫେରି ନଥିଲା । ସବୁଆଡେ ଖୋଜାଖୋଜି କରି ନପାଇବାରୁ ଆଗରପଡା ଥାନାରେ ଅଭିଯୋଗ କରିବା ସହିତ ବାପା ମା ଦୁହେଁ ଗାଁ ଓ ବିଭିନ୍ନ ବଜାର ବୁଲି ଖୋଜାଖୋଜି କରି ଚାଲିଛନ୍ତି । କାଳେ କିଏ ପୁଅକୁ ନେଇ କେଉଁ ହୋଟେଲ କି ଢ଼ାବାରେ ରଖିଥିବ ସେହି ଆଶାରେ ସେ ଖୋଜୁଥିବା ପ୍ରକାଶ କରିଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ଏହି ବାଳକର ସନ୍ଧାନ ପାଆନ୍ତି ତେବେ ୬୩୭୨୨୫୨୮୮୭ରେ ଜଣାଇବାକୁ ବାପା ମା ଦୁହେଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ