ଗାଁ ଠୁ ବଜ଼ାର ପୂଜା ପାଇଲେ ଶ୍ରୀ ଗଜାନନ : ପୂଜା ପେଣ୍ଡାଲ ଖାଁ ଖାଁ
ନିମାପଡା ( ସନ୍ତୋଷ ଦାଶ ) ଆଜି ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ତିଥି l ପାରମ୍ପରିକ ପ୍ରଥାନୁ ସାରେ ଆଦ୍ୟ ପୂଜ୍ୟ ଦେବତା ଶ୍ରୀ ଗଣେଶ ଙ୍କ ପୂଜା ଧୁମଧାମ ରେ ପୁରୀ ଜିଲ୍ଲା ର ଗାଁ ଠୁ ବଜ଼ାର, ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁଷ୍ଠିତ ହୋଇଛି l କରୋନା କଟକଣା ପାଇଁ ପୂଜା ପେଣ୍ଡାଲ କୁ ସେମିତି ଯାକ ଜମକ ରେ ସଜାଯାଇ ନାହିଁ କିମ୍ବା ସୁନ୍ଦର ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରାଯାଇନାହିଁ l କେଉଁଠାରେ ସଂlସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳୁନି l ଏଣୁ ବିଭିନ୍ନ ବଜାର ର ପୂଜା ପେଣ୍ଡାଲ ସବୁ ଖାଁ ଖାଁ ଲାଗୁଛି lତେବେ ଵିଧି ଅନୁସାରେ ପାଣିତୋଳା, ହୋମ, ପୁଷ୍ପାଞ୍ଜଳି ଅର୍ପଣ , ଭୋଗଲାଗି କାର୍ଯ୍ୟ କରାଯାଇଛି l ନିମାପଡା ବ୍ଲକ ର ଚାରିଛକ ବଜ଼ାର, ମେଡିକାଲ ଛକ,ପୁରୁଣା ଫାଣ୍ଡି ଛକ, ସ୍ଥାନୀୟ ମହିଳା କଲେଜ, ଅର୍ଣ୍ଣପୂର୍ଣ୍ଣା ବିଦ୍ୟାପୀଠ, ଅମରେଶ୍ୱର ହାଇ ସ୍କୁଲ,ତୁଳସୀପୁର ଗଣେଶ ବଜ଼ାର, ସ୍କୁଲ ଛକ, ବ୍ରାହ୍ମଣ ଶାସନ, ଅମରେଶ୍ୱର ବଜାର, ଆଳୁଦଣ୍ଡା ପାଟଣା ଛକ, ତମ୍ପାଳ ଛକ, କଳାପାଞ୍ଚଣ ଛକ, ସାଇଲୋ, ଆମ୍ପୋର ଛକ,ନିମାପଡା ଗୋଲାଇ ଛକ, ଜୟଶ୍ରୀ ଛକ ଓ ଗୋପ, କାକଟପୁର, ଅସ୍ତରଙ୍ଗ ଅଂଚଳ ରେ କରୋନା କଟକଣା ମାନି ଶ୍ରୀ ଗଣେଶ ପୂଜା କରାଯାଇଛି l ଏଥିସହ ବିଭିନ୍ନ ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ମାନଙ୍କ ରେ ଶ୍ରୀ ଗଜାନନ ଙ୍କ ପୂଜା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲl l ଶ୍ରୀ ଗଣେଶ ପୂଜା ପାଇଁ ସମଗ୍ର ପୁରୀଜିଲ୍ଲା ର ଗ୍ରାମାଞ୍ଚଳ ଉତ୍ସବ ମୁଖର ହୋଇପଡିଛି l


