ଗାଁ ଦାଣ୍ଡରେ ପାଟୁଆ କାଳିଶୀଙ୍କ ନୃତ୍ୟ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଦୋଳ ପୂର୍ଣ୍ଣିମା ପର ଦିନ ଠାରୁ ଆରମ୍ଭ ହୋଇଯାଇଛି ପବିତ୍ର ଚୈତ୍ର ମାସ। ଏଥି ସହିତ ବିଭିନ୍ନ ଶକ୍ତିପୀଠ ମାନଙ୍କ ରେ ଆରମ୍ଭ ହୋଇଯାଇଛି ଚୈତ୍ର ଯାତ୍ରା। ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଝାମୁ ଚାଲୁଥିବା ପାଟୁଆ କାଳିସୀ ମାନେ ମା ଙ୍କ ଘଟ କୁ ମୁଣ୍ଡରେ ମୁଣ୍ଡାଇ ଏବେ ଗାଁ ଗାଁ ବୁଲି ଆରମ୍ଭ କରିଛନ୍ତି ପାଟୁଆ ନୃତ୍ୟ। ଆଉ ବିଭିନ୍ନ ଦେବୀ ଙ୍କ ମହିମା ଗାନ କରି ଭକ୍ତ ମାନଙ୍କୁ ବିମୋହିତ କରୁଛନ୍ତି। ଏହି ପାଟୁଆ ମାନେ ଶୁଦ୍ଧ ପୁତ୍ତ ଭାବେ ରହି ଦୈନିକ ହବିଷ ଭୋଜନ ଗ୍ରହଣ କରି ଭକ୍ତି ଓ ନିଷ୍ଠାର ସହିତ ମା ମଙ୍ଗଳା ଓ ମା ଶାରଳା ଙ୍କୁ ସ୍ତୁତି କରୁଛନ୍ତି। ଏମାନେ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଗାଁ ଗାଁ ବୁଲି ମା ଙ୍କ ମହିମା ସମ୍ପର୍କ ରେ ମାତୃଭକ୍ତ ମାନଙ୍କୁ ସଚେତନ କରି ପଣା ସଂକ୍ରାନ୍ତି ଦିନ ଝାମୁ ଚାଲି ନିଜ ନିଜ ର ଓଷା, ବ୍ରତ କୁ ଉଦଯାପନ କରିବେ। ବିଭିନ୍ନ ଗ୍ରାମ ଦାଣ୍ଡ ରେ ଘଣ୍ଟ ଶବ୍ଦ ର ତାଳରେ ମୁଣ୍ଡରେ ଘଟ କଳସ ଥୋଇ ପାଟୁଆ ନୃତ୍ୟ ପ୍ରଦର୍ଶନ କରି ଏହି ପାଟୁଆ କାଳିସୀ ମାନେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛନ୍ତି। ଏମାନଙ୍କ ବେଶ ଠିକ ନାରୀ ପରି। ଏମାନଙ୍କ ନୃତ୍ୟ ଦେଖିଲେ ଲାଗେ ସତେ ଯେପରି କେଉଁ ଦେବୀ ମା ନୃତ୍ୟ କରୁଛନ୍ତି।ଚୈତ୍ର ମାସ ପାଇଁ ଗାଁ ସବୁ ଉତ୍ସବ ମୁଖର ହୋଇପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ