ଗାଁ ଦାଣ୍ଡରେ ଯୁବକଙ୍କୁ ବିଭତ୍ସ୍ୟ ହତ୍ୟା

ସୋରଡା, (ରଜନୀକାନ୍ତ ମହାପାତ୍ର): ସୋରଡା ବ୍ଲକ ଗୋପାଳପୁର ଶାସନ ପଞ୍ଚାଯତ ହାତିଗଡା ଗ୍ରାମରେ ସନ୍ଧ୍ୟାରେ ବିବାହିତ 28 ବର୍ଷୀୟ ଯୁବକକୁ ଠେଙ୍ଗା ବାଡିରେ ସଙ୍ଘବଦ୍ଧ ଆକ୍ରମଣ କରି ପିଟି ପିଟି ମରିଦିଆଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଥାନାଧିକାରୀ ରମେଶ କୁମାର ପ୍ରଧାନ ଫୋର୍ସ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଗ୍ରାମ ପୁରୁଷ ଶୂନ୍ୟ ହୋଇଯାଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ଅରୁଣ ଗଉଡ । ସୂଚନା ମୁତାବକ ସନ୍ତୋଷ ଗଉଡଙ୍କ ପୁଅ ଅରୁଣ ଗଉଡ ଉଭୟେ ବାପା ପୁଅ ଏକ ବର୍ଷ ହେଲା କେରଳରେ କମ କରୁଥିଲେ । କାରୋନା ମହାମାରୀ ଯୋଗୁ 2 ମାସ ହେଲା ଫେରି ଥିଲେ ଗ୍ରାମକୁ । ପୂର୍ବରୁ 2 ଥର ବେଆଇନ କାର୍ଯ୍ୟ କଳାପ ଯୋଗୁ ଜେଲ ଯାଇ ଫେରିଥିବା ଅରୁଣ ଉପରେ ଗ୍ରାମରେ ଆସୋନ୍ତୋଷ ଲଗିରହିଥିଲା । ମଙ୍ଗଳବାର ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ଅରୁଣ ଭୋଜି ଖାଇ ଯାଇଥିଲା ସେଠାରେ କେତେକଙ୍କ ସହ ବଚସା ହୋଇଥିଲା । ଫଳରେ ସଙ୍ଘବଦ୍ଧ ଭାବେ କିଛିଜଣ ଠେଙ୍ଗା ବାଡି ଧରି ଅରୁଣକୁ ଗୋଡାଇ ଗୋଡାଇ ଆକ୍ରମଣ କରି ଥିଲେ । ନିଜ ଘର ସମୁଖରେ ହିଁ ଏହି ଘଟଣା ଘଟିଥିବା ବେଳେ ସେଠାରେ ହିଁ ଟଳିପଡିଥିଲା । ମୁହଁରେ ଗଭୀର ଆଘାତ ବାଜିଥିବା ଦେଖିବାକୁ ମିଳିଛି । ଗ୍ରାମରେ 70 ରୁ ଅଧିକ ପରିବାର ରହୁଥିବା ବେଳେ ସମସ୍ତ ଘରେ କବାଟ ପଡିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ