ଗାଁ ଦାଣ୍ଡରେ ଶୁଭୁନି ଚକୁଳିଆ ପଣ୍ଡାଙ୍କ ସଚେତନତା ଗୀତ

ନିମାପଡା,(ସନ୍ତୋଷ କୁମାର ଦାସ):ପବିତ୍ର କାର୍ତ୍ତିକ ମାସ ସରିବାକୁ ବସିଲାଣି।ପୁର୍ବରୁ ଏହି ମାସ ରେ ନୟାହାଟ ଓ ଏହାର ଆଖପାଖ ଗାଁ ଗୁଡ଼ିକରେ ଚକୁଳିଆ ପଣ୍ଡାଙ୍କୁ ଦେଖିବାକୁ ମିଳୁଥିଲା। ହାତ ରେ ତାଳ ପତ୍ର ଛତା ଓ କାନ୍ଧ ରେ ଝୁଲା ମୁଣି ଧରି ଏମାନେ ଗାଁ ଦାଣ୍ଡ ରେ ବୁଲି କାର୍ତ୍ତିକ ପୁରାଣ ସହିତ ଅନ୍ୟ ପୁରାଣ କୁ ଗୀତ ଆକାର ରେ ବୋଲି ଲୋକ ମାନଙ୍କୁ ଧର୍ମୋପଦେଶ ଦେବା ସହିତ ଭୁଲ କାମ ନ କରିବାକୁ ସଚେତନ କରୁଥିଲେ । ସେ ସମୟ ରେ ଡ଼ାକବାଜି ଯନ୍ତ୍ର ନ ଥିଲା କି ମୋବାଇଲ, ଟିଭି ପ୍ରଭୃତି ନ ଥିଲା।କଣ କଲେ ମଣିଷ ସୁଖ ରେ ରହି ପାରିବ, ପରିବାର ରେ ଅଶାନ୍ତି ସୃଷ୍ଟି ନ ହେବ ସେ ସମ୍ପର୍କ ରେ ଏହି ଚକୁଳିଆ ପଣ୍ଡା ମାନେ ଗୀତ ରେ ଗୀତ ରେ ଗାଁ ଗଣ୍ଡା ର ଲୋକ ମାନଙ୍କୁ ସଚେତନ କରୁଥିଲେ। ଯିଏ ଯାହା ଚକୁଳିଆ ପଣ୍ଡା ଙ୍କ ଝୁଲା ମୁଣି ରେ ଦାନ ପ୍ରଦାନ ପ୍ରଦାନ କରୁଥିଲା ସେଥିରେ ସେ ଆଉ ତାଙ୍କ ପରିବାର ଖୁସି ରେ ଚଳି ଯାଉଥିଲେ। ଚକୁଳିଆ ପଣ୍ଡା ଙ୍କ ଏହି କାର୍ଯ୍ୟ କୁ କେହି ଭିକ୍ଷା ବୃତ୍ତି ବୋଲି ଭାବୁ ନ ଥିଲେ। ଏବେ ସମୟ ବଦଳିଛି। ଚକୁଳିଆ ପଣ୍ଡା ବୃତ୍ତି ଲୋପ ପାଇବାକୁ ବସିଛି। ଆଉ
ପୂର୍ବପରି ଗାଁ ଦାଣ୍ଡ ରେ ଶୁଭୁନି ଏମାନଙ୍କ ଗୀତ। ଏହି କାର୍ଯ୍ୟ କୁ ଭିକ୍ଷା ବୃତ୍ତି ବୋଲି ମନେ କରି ଏହି ପରିବାର ର ଯୁବ ପିଢୀ ଆଉ ଏହି କାର୍ଯ୍ୟ କରିବାକୁ ଇଛା ପ୍ରକାଶ କରୁ ନାହାନ୍ତି ବୋଲି କହିଛନ୍ତି ପ୍ରାଚୀ ଗବେଷକ ପଣ୍ଡିତ ତ୍ରିଲୋଚନ ମିଶ୍ର।ଏବେ ଚକୁଳିଆ ପଣ୍ଡାଙ୍କୁ ଆଉ ପବିତ୍ର କାର୍ତ୍ତିକ ମାସରେ ଗାଁ ଗଣ୍ଡା ରେ ଦେଖିବାକୁ ମିଳୁନି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ