ଗାଁ ପୋଖରୀରେ କୁମ୍ଭୀର ଦେଖି ଆତଙ୍କରେ ଗ୍ରାମ ବାସୀ

ମାଲକାନଗିରି, (ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନ ମାରିୱାଡା ଗ୍ରାମ ପଞ୍ଚାୟତ ଅଧୀନ ଏମଭି-୨୬ ଗ୍ରାମ ପୋଖରୀରେ ଦୁଇଦିନ ପୂର୍ବେ ଏକ କୁମ୍ଭୀର ଗ୍ରାମବାସି ଦେଖିବାକୁ ପାଇଥିଲେ । କୁମ୍ଭୀର ଦେଖି ଗ୍ରାମବାସି ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ । ଖରବ ପାଇ ବନ ବିଭାଗର କର୍ମଚାରୀ ଆସି ପୋଖରୀ ନିକଟରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିବାକୁ ଚେଷ୍ଟାକରିଥିଲେ । କିନ୍ତୁ ସନ୍ଧ୍ୟା ହୋଇଯିବା କାରଣରୁ ଉଧାର କାର୍ଯ୍ୟ ଜାରି ରଖିବା ସହିତ ଗ୍ରାମ ବାସୀଙ୍କୁ ସଜାଗ ରହିବା ନିମନ୍ତେ ବନବିଭାଗ ପକ୍ଷରୁ ପରାମର୍ଶ ଦେବା ସହିତ ପରଦିନ ଉଧାର କାର୍ଯ୍ୟ ଆରମ୍ଭ କରିବାକୁ କହିଥିଲେ। ପରଦିନ ବନ ଖଣ୍ଡ ଅଧିକାରି ରମେଶ ରାଉତ,ବନ ପାଳ ଜ୍ୟୋତି ଡୁମ ଡୁମ, ବନରକ୍ଷୀ ବାସନ୍ତୀ ମଡକାମୀଙ୍କ ସମେତ ବିଭିନ୍ନ ବନ କର୍ମଚାରୀ ଉକ୍ତ ପୋଖରୀ ନିକଟକୁ ଯାଇ ଆନୁଧ୍ୟାନ କରିଥିଲେ । କିନ୍ତୁ ପୋଖରୀଟି ବହୁତ ବଡ ହୋଇଥିବା ସହିତ ପାଣି ଅଧିକ ଥିବାରୁ କୁମ୍ଭୀରଟିକୁ ପୋଖରୀରୁ ଉଧାର କରିବା କଷ୍ଟ ସାଧ୍ୟ ବୋଲି ବନ ଖଣ୍ଡ ଅଧିକାରି ଶ୍ରୀରାଉତ କହିଥିଲେ ।କିନ୍ତୁ ଆଗାମୀ ଦିନରେ କିପରି ଭାବେ ଯଥାଶୀଘ୍ର କୁମ୍ଭୀରଟିକୁ ଉଦ୍ଧାର କରି ଅନ୍ୟ ସ୍ଥାନକୁ ସ୍ଥାନତାରିତ କରାଯିବ ସେନେଇ ଉପରସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଉଦ୍ଧାର କରାଯିବ ସେନେଇ ପ୍ରୟାସ ଜାରି ରହିଥିବା କହିଛନ୍ତି ଶ୍ରୀ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ