ଗାଁ ପ୍ରବେଶ ପଥକୁ ନାକାବନ୍ଦୀ କଲେ ଯୁବଗୋଷ୍ଠୀ
ବନ୍ତ (ଚାନ୍ଦିନୀ ମହାନ୍ତି) : ଓଡଙ୍ଗ ପଞ୍ଚାୟତ ପାଟଣା ଓଝାସାହିରେ ସ୍ଥାନୀୟ ଯୁବକ ମାନେ ଗାଁର ପ୍ରବେଶ ପଥକୁ ନାକା ବନ୍ଦୀ କରିଛନ୍ତି । ବର୍ତ୍ତମାନ ସାରା ଦେଶ ଲକ୍ ଡାଉନ୍ ହୋଇଥିବା ବେଳେ ଉକ୍ତ ଗ୍ରାମର ଯୁବକ ମାନେ ଲୋକ ମାନଙ୍କୁ କରୋନା ଦାଉରୁ ରକ୍ଷା କରିବା ନିମନ୍ତେ ଏପରି ଉପାୟ ଅବଲମ୍ବନ କରିଛନ୍ତି । ଅତି ଜରୁରୀ ନଥିଲେ ଗ୍ରାମରୁ କାହାକୁ ବାହାରକୁ ଛଡାଯାଉନାହିଁ କି ବାହାର ଲୋକଙ୍କୁ କୌଣସି ପରିସ୍ଥିତିରେ ଗ୍ରାମ ଭିତରକୁ ଆସୁବାକୁ ଦିଆଯାଉନାହିଁ । ଅପରପକ୍ଷେ ବାହାରୁ ଆସୁଥିବା ଲୋକ ମାନଙ୍କୁ କରୋନା ସଂପର୍କରେ ସଚେତନ କରାଯାଉଥିବାର ଦେଖାଯାଉଛି ।