ଗାଁ ମନ୍ଦିର ବାସ୍ତୁ ପୂଜାକୁ ନେଇ ଆକ୍ରମଣ ଘଟଣା : ଜଣେ ଗୁରୁତର, ପୋଲିସର ତଦନ୍ତ ଆରମ୍ଭ
କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-କୋଣାର୍କ ନିକଟସ୍ଥ ସୁତନ ଗ୍ରାମ ପଞ୍ଚାୟତର ଟିକନା ଗ୍ରାମରେ ବାସ୍ତୁ ପୂଜା ସମୟରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଅନ୍ତର୍ଗତ ଟିକନା ଗ୍ରାମରେ ମନ୍ଦିରର ବାସ୍ତୁ ପୂଜା ଚାଲିଥିବା ବେଳେ ସେହି ଗ୍ରାମର ଗଗନ ମୁରୁଡିକୁ ଗୋଡେଇ ଗୋଡେଇ ଶାବଳ ଓ ଠେଙ୍ଗାରେ ଆକ୍ରମଣ ହୋଇଥିବା ତାଙ୍କ ପତ୍ନୀ ମିଲ୍ଲନ ମୁରୁଡି ଚନ୍ଦ୍ରଭାଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଟିକନା ଗ୍ରାମରେ ବାସ୍ତୁ ପୂଜା ଚାଲିଥିବା ସମୟରେ ସେହି ଗ୍ରାମର ବେନୁ ବେହେରା ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ସଂଘବଦ୍ଧ ଭାବେ ଶାବଳ ଓ ଠେଙ୍ଗାରେ ଆକ୍ରମଣ କରିବାରେ ଗଗନ ମୁରୁଡି ଗୁରୁତର ଭାବେ ଆହତ ହୋଇଥିବା ତାଙ୍କ ପତ୍ନୀ ମିଲ୍ଲନ ମୁରୁଡି ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଗୁରୁତର ଗଗନଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ନେଇ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ୭/୨୨ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବେଳେ ଖୁବଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଉଥିବା ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।


