ଗାଁ ମାଟିର ଗର୍ବ ଓ ଗୌରବ ର ସନ୍ତାନ ପ୍ରକାଶ
କୋଦଳା, (ଗୁଲସନ କୁମାର କର) -ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତ ର ବିପ୍ର ଚରଣ ପଣ୍ଡାଙ୍କ କନିଷ୍ଠ ପୁତ୍ର ପ୍ରକାଶ ୨୦୦୪ ମସିହା ରେ ସିଆରପିଏଫ ରେ ଯୋଗଦାନ କରିଥିଲେ । ୨୦୧୯ ମସିହା ରେ ଶ୍ରୀନଗର ଏକ ଏପେଲ ବଗିଚା ରେ ୬ ରୁ ୭ ଜଣ ଆତଙ୍କବାଦି ଙ୍କ ସହ ଗୁଳିବିନିମୟ ହୋଇଥିଲା । ଶେଷରେ ସେ ୩ ଜଣ ଆତଙ୍କବାଦୀ କୁ ନିହତ କରିବାରେ ସକ୍ଷମ ହୋଇଥିଲେ । ୨୦୨୧ ମସିହା ରେ ପ୍ରକାସଙ୍କୁ ରାଷ୍ଟ୍ରପତି ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ୨୭ . ୭ . ୨୦୨୨ ରେ ସିଆରପିଏଫ ଡିଜି କୁଲଦୀପସିଂ ଙ୍କ ଦ୍ଵାରା ତାଙ୍କ ବିରତ୍ଵପାଇଁ ରାଷ୍ଟ୍ରପତି ପଦକ ପୁରସ୍କୃତ ହେଲେ । ସେ ବର୍ତ୍ତମାନ ଛତିଶଗଡ଼ ଜଗଦଳପୁର କୋବ୍ରା ବାଟାଲିୟନ ରେ କାର୍ଯ୍ୟରତ ଅଛନ୍ତି । ସେ ଜଣେ ସାହାସୀ ନିଷ୍ଠାପର ମେଳାପି , ତାଙ୍କର ବିରତ୍ଵ୍ଵ ପାଇଁ ଅଞ୍ଚଳ ରୁ ଶୁଭେଛା ର ସୁଅ ଛୁଟିଛି ।


