ଗାଁ ମୁଣ୍ଡ ରେ ତମ୍ବୁ କରି ରହିଲେ ଦେଶାନ୍ତର ଦାଦନ ଶ୍ରମିକ
କଳାହାଣ୍ଡି:ଜୟପାଟଣା ବ୍ଲକ ପିପାଳଗୁଡା ର ୧୨ ଜଣ ଦାଦନ ଶ୍ରମିକ କରୋନା ଲକ ଡାଉନ ଜାରି ପରେ କେରଳ ରାଜ୍ୟ ରୁ ନିଜ ଗାଁ କୁ ଫେରିଥିବା ବେଳେ ସେମାନେ ଗାଁ ମୁଣ୍ଡରେ ତମ୍ବୁ ଗାଡି ରହୁଛନ୍ତି କାରଣ ସେମାନେ ଫେରିଥିବା କେରଳ ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଅଧିକ ରହିଥିବାରୁ ସେମାନେ ମଧ୍ୟ ସତର୍କତା ଅବଲମ୍ବନ କରିବା ସହ ଗାଁ କୁ ଫେରିବା ପୂର୍ବରୁ ଜୟପାଟଣା ସ୍ୱାସ୍ଥକେନ୍ଦ୍ର ରେ ନିଜ ନିଜ ସ୍ୱାସ୍ଥ ପରୀକ୍ଷା କରି ସେମାନଙ୍କ ଠାରେ କୋୖଣସି ସଂକ୍ରମଣ ଲକ୍ଷଣ ନ ଥିବା ସତ୍ୱେ ମଧ୍ୟ ଗାଁ ର ହିତ ଦୃଷ୍ଟିରୁ ଗାଁ ମୁଣ୍ଡ ରେ ରହୁଛନ୍ତି ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସେମାନେ ଗାଁ ମୁଣ୍ଡ ରେ ରହିବେ ,ପରିବାର ଭେଟିବାକୁ ଆସିଲେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି, ଗାଁ ଫେରିଥିବା ଏହି ଶ୍ରମିକ ମାନଙ୍କ ସଚେତନତା ଏକ ଅନ୍ୟ ଦାଦନ ଶ୍ରମିକ ମାନଙ୍କ ପାଇଁ ଏକ ଉଦାହରଣ, ଏହି ଭଳି ସଚେତନତା କୁ ଗ୍ରାମବାସୀ ମାନେ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି