ଗାଁ ରେ ଭୋଟ ବର୍ଜନ ଚେତାବନୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାଇନପଡା ଗ୍ରାମ ପଞ୍ଚାୟତର ଛଅ ୱାର୍ଡ ବାସୀ ତଥା ବିଧାୟକଙ୍କ ଗାଁ ରେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି l ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ବର୍ଜନ କରିବେ lସାଇନପଡା ଗ୍ରାମ ପଞ୍ଚାୟତ ର ଛଅ ୱାର୍ଡବାସୀ ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି l ନନ୍ଦମାହା ସମେତ ଛଅ ୱାର୍ଡ଼ବାସୀ ଙ୍କ କହିବା କଥା ଯେ ପୂର୍ବରୁ ସେମାନେ କୁଡୁତୁଲୀ ଗ୍ରାମ ପଞ୍ଚାୟତ ରେ ଥିଲେ ସାଇନପଡା ପଞ୍ଚାୟତ ଗଠନ ବେଳେ ଗ୍ରାମବାସୀ ଙ୍କୁ ନଜଣାଇ ସାଇନପଡ଼ା ଗ୍ରାମ ପଞ୍ଚାୟତରେ ମିଶାଇ ଦିଆଗଲା l ଏନେଇ ଗ୍ରାମବାସୀ କ.ନୂଆଗାଁ ବିଡ଼ିଓ, ବାଲିଗୁଡା ଉପଜ଼ିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତରାଜ ବିଭାଗ କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ l ଶେଷରେ ବାଧ୍ୟହୋଇ ଗ୍ରାମବାସୀ ମିଳିତ ଭାବେ ବୈଠକ କରି ଭୋଟ ବର୍ଜନ କରିବାକୁ ଚରମ ନିଷ୍ପତ୍ତି ନେଇଛନ୍ତି l ଗାଁ ରେ ପାନୀୟ ଜଳ ସଙ୍କଟ ସହିତ ଗରିବ ହିତାଧିକାରୀ ଙ୍କୁ ବିଜୁ ପକ୍କାଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନଥିବାରୁ ଲୋକ ମନରେ ଅସନ୍ତୋଷ ପ୍ରକାଶ ପାଇଛି ଏନେଇ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ଜ଼ିଲ୍ଲାପାଳ ସ୍ଥାନୀୟ ବିଧାୟକ ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଅତିଷ୍ଠ ହୋଇ ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି l ନନ୍ଦମାହା, କିରାକେତା, ଡାକରଗାଁ, ସିକେଶରୁ, ସାରିଖେତା, ମୁଣ୍ଡାର ଗାଁ, ବିକାଙ୍ଗିଆ. ତିଳକପଡା. ଗାନିପଡା. ଟେଟ୍ରେ ଗାଁ ରେ ଅନୁନ୍ୟ ପାଞ୍ଚହଜାର ଲୋକ ବସବାସ କରନ୍ତି l କୁଡୁତୁଲି ଓ ସାଇନପଡା ପଞ୍ଚାୟତ କୁ ରାସନ ଚାଉଳ ଓ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁଇଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି l ତେଣୁ ଛଅ ୱାର୍ଡବାସୀ ଙ୍କ ଦାବୀ ଯେ ସେମାନ ଙ୍କୁ ପୂର୍ବଭଳି କୁଡୁତୁଲୀ ୱାର୍ଡ଼ ରେ ସାମିଲ କରାଯାଉ କିମ୍ବା ନନ୍ଦମାହା ରେ ଛଅ ୱାର୍ଡ଼ କୁ ନେଇ ନୂତନ ପଞ୍ଚାୟତ ଗଠନ କରାଯାଉ ବୋଲି କମଳ ଲୋଚନ କହଁର, ରୁକ୍ମଣୀ କହଁର, ସିମାଞ୍ଚଳ କହଁର ଙ୍କ ସମେତ ସମସ୍ତ ଗ୍ରାମବାସୀ ଦାବୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ