ଗାଁ ସାଥୀ(ମେଟ)ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ପିଡିଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ପ୍ରସ୍ତୃତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବିଭିନ୍ନ ଦାବୀରେ ଗାଁ ସାଥୀ(ମେଟ)ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗରାପୁିରସ୍ଥିତ ଗୋପାଳଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗାଁ ସାଥୀ(ମେଟ)ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟିର ଜିଲ୍ଲା ସଭାପତି କନକଲତା ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗତ ସେପ୍ଟେମ୍ବରମାସ ୩୦ତାରିଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମୁଖରେ ସଙ୍ଘ ପକ୍ଷରୁ ଅନୁଷ୍ଠିତ ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଦାବୀପତ୍ରକୁ ପ୍ରକଳ୍ପ ନିର୍ଦେଶକ ରାଜ୍ୟପାଳଙ୍କୁ ପଠାଇଥିବା ବେଳେ ଯେଉଁ ପତ୍ର ଦ୍ୱାରା ପଠାଇଛନ୍ତି ତାହାର ନକଲ ସଙ୍ଘକୁ ପ୍ରଦାନ ନକରୁଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏତଦବ୍ୟତିତ ପଂଚାୟତରେ ଭେଣ୍ଡର ବ୍ୟବସ୍ଥାର ଉଛେଦ,ମେଟମାନଙ୍କ ନାମରେ ପ୍ରତିପଂଚାୟତରେ ମନରେଗା ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ,ମେଟମାନଙ୍କୁ ପରିଚୟପତ୍ର ପ୍ରଦାନ ଓ ପ୍ରଶିକ୍ଷଣ ପ୍ରଦାନ କରାଯିବା ପ୍ରଭୃତି ସରକାରଙ୍କ ନିକଟରେ ଦାବୀ କରାଯାଇଛି । ରାଜ୍ୟପାଳଙ୍କ ଉଦେଶ୍ୟରେ ପିଡି ଡିଆରଡିଏଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ର ପିଡି ରାଜ୍ୟପାଳଙ୍କୁ ପଠାଇଥିବା ପତ୍ରର ନକଲ ସଙ୍ଘକୁ ତୁରନ୍ତ ପ୍ରଦାନ ନକଲେ ଆସନ୍ତା ନଭେମ୍ବରମାସ ୨ୟ ସପ୍ତାହରେ ଗାଁ ସାଥୀ (ମେଟ) ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ଚେତାବନୀ ଦିଆଯାଇଛି । ଏହି ବୈଠକରେ ସଙ୍ଗର ସମ୍ପାଦକ ଅନିଲ କୁମାର ଜେନା, କବି ପ୍ରସାଦ ମଳିକ, ଦେବାଶିଷ ମଳିକ, ବରଦାକାନ୍ତ ପାତ୍ର, ନିର୍ମଳ ଚନ୍ଦ୍ର ପାତ୍ର, ସୁଧିରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ସୁତାର, ପ୍ରତାପ କୁମାର ସୁତାର, ସରୋଜିନି ବେହେରା, ଆଶାଲତା ପଣ୍ଡା, ଅକ୍ଷୟ କୁମାର ମଳିକ, ପଦ୍ମାବତୀ ନାୟକ, ରୀତା ବିଶ୍ୱାଳ, ରେଣୁପ୍ରଭା ସାହୁ, ସୁଶାନ୍ତ କୁମାର ବିଶ୍ୱାଳ, ସ୍ୱୟଂମ୍ଭୁ ସାମଲ, ବନମାଳି ମହାପାତ୍ର, ବିଜୟ କୁମାର ସାହୁ ଓ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ