ଗାଁ ସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡ଼ିଶା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବୁଧବାର ଭୁବନେଶ୍ୱରସ୍ଥିତ ସାମ୍ବାଦିକ ଭବନରେ ଗାଁସାଥୀ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ସଭାପତି ସୌଭାଗ୍ୟ କୁମାର ମିଶ୍ର ଅଧ୍ୟକ୍ଷତା କରି ସଂଘର ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବା ସହିତ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବଶ୍ୱାଳଙ୍କ ଦେଇଥିବା ଇସ୍ତଫା ପତ୍ରକୁ ସର୍ବସମ୍ମତିକ୍ରମେ ଗୃହିତ କରି ଉକ୍ତ ସ୍ଥାନରେ କୁଳମଣୀ ମେଣ୍ଟାଙ୍କୁ ଗାଁସାଥୀ (ମେଟ୍)ସଂଘର ସାଧାରଣ ସମ୍ପାଦକ ରୂପେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ରବିନ୍ଦ୍ରନାଥ ଗଉଡ଼, ଚରଣ ନାଏକ, ପବ୍ରିତ ସୁନ୍ଦରାୟ, ତପନ ମହାନ୍ତି, ଦିଲ୍ଲୀପ ମହାପାତ୍ର, ତପନ କୁମାର ମଲ୍ଲିକ, ବ୍ରଜବନ୍ଧୁ ଦାସ, ସୋଭାକର ସାହୁ, ପ୍ରଫୁଲ୍ଲ ସ୍ୱାଇଁ, ବିବେକାନନ୍ଦ ଠାକୁର, ସୁଧାଂଶୁ ଶତପଥୀ, ଅଜିତ ମହନ୍ତ, କୈଳାଶ ଭତ୍ରା, ଆନ୍ତା ମୁର୍ମୁ, ସିମାରାଣୀ ପ୍ରଧାନ ପ୍ରମୁଖ ଶତାଧିକ ଗାଁସାଥୀ କର୍ମକର୍ତ୍ତା ଉପସ୍ଥିତ ଥିଲେ ।