ଗାଁ ସାଥୀ ସଙ୍ଘ ପକ୍ଷରୁ ଦିଗପହଣ୍ଡି ବିଡ଼ିଓ ଙ୍କୁ ସ୍ମାରକ ପତ୍ର ପ୍ରଦାନ

 

ଦିଗପହଣ୍ଡି, (ୱାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ଗାଁ ସାଥୀ ସଙ୍ଘ ପକ୍ଷରୁ ମଙ୍ଗଳବାର ୫ ଦଫା ଦାବି ହାସଲ ନିମନ୍ତେ ବିଡ଼ିଓ ଙ୍କ ଅନୁପସ୍ଥିତି ରେ ବ୍ଳକ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ଥାନୀୟ ଜଳସେଚନ କଲୋନୀ ରେ ଥିବା ତ୍ରିନାଥ ମନ୍ଦିର ମଣ୍ଡପରେ ଗାଁ ସାଥୀ ସଙ୍ଘ ର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ସଂଘର ପ୍ରମୁଖ ସଦସ୍ୟ ଡି. ସନାତନ ଦୋରାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସଙ୍ଘ ସଭାପତି ଉଦୟ ନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ।ସଙ୍ଘ ସମ୍ପାଦକ ଉଆଳି ଗୌଡ, କୋଷାଧ୍ୟକ୍ଷ ସମୀର ଦଳ ବେହେରା , ସଦସ୍ୟା ମାମା ପାଢ଼ୀ,ଶକୁନ୍ତଳା ରେଡ୍ଡୀ, ସୁଷମା ସେଠୀ, ବି. ସୁଜାତା, ସୁଭଦ୍ରା ରେଡ୍ଡୀ, ଟି. ସୁକାନ୍ତି, ସୁଜନ ଗୌଡ,ସରୋଜିନୀ ରେଡ୍ଡୀ, କୁନି ରେଡ୍ଡୀ,ଗୀତାଞ୍ଜଳି ପାତ୍ର ଙ୍କ ସମେତ ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଗାଁ ସାଥି ମାନଙ୍କ ର ବିବିଧ ସମସ୍ୟା ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯିବା ସହ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ବନବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ ସମେତ ଏମ୍ ଜି ଏନ୍ ଆର ଇ ଜି ଏସ ଯୋଜନାରେ କରାଯାଉଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିବା ନିମନ୍ତେ ସମସ୍ତ ଗାଁ ସାଥୀ ମାନଙ୍କୁ ନିୟୋଜିତ କରାଯିବା। ଗ୍ରାମାଞ୍ଚଳ ମାନଙ୍କରେ ପର୍ଯ୍ୟାପ୍ତ କାମ ଯୋଗାଇ ଦେବା। ସେମାନଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କାର୍ଡ ଯୋଗାଇ ଦେବା। ପ୍ରତି ମାସରେ ଅନ୍ୟୁନ୍ୟ ୧୦ ଦିନ ଭାବେ ବର୍ଷକୁ ୧ ଶହ ଦିନରୁ ଉର୍ଦ୍ଧ୍ବ ଦିନ କାମ ଯୋଗାଇଦେବା ପ୍ରଭୃତି ୫ ଦଫା ଦାବି ପୂରଣ ନିମନ୍ତେ ବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ ନିମନ୍ତେ ସଭାରେ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ନିଷ୍ପତ୍ତି ପ୍ରକାରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ବୃନ୍ଦ ଓ ସମସ୍ତ ସଭ୍ୟା ସଭ୍ୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟ କିରାଣୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ