ଗାଇଡ୍ ଓ ଫୋଟ ଗଫର୍ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ସୂର୍ଯ୍ୟ ମନ୍ଦିର ଫାଟକ ସମ୍ମୁଖରେ ଧାରଣା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଫୋଟ ଉଠାଇବା ଗାଇଡିଂ ବୃତ୍ତି କରିବା ଓ ଫୋଟ ମାଳି ବିକ୍ରି କରି ଜୀବିକା ନିର୍ବାହ କରୁଥିବା ସତାଧିକା ଫୋଟ ଗଫର୍ ଗାଇଡ୍ ଓ ଫୋଟ ମାଳି ବ୍ୟବସାୟୀ କୋଭିଡ ୧୯ କରନା ମହାମାରୀ ଯୋଗୁ ନିଜ ନିଜ ଜିବିକା ହରାଇ ଭୋକ ଉପାସରେ କାଳାତିପାତ କରୁଛନ୍ତି। ସେମାନଙ୍କୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସ୍ତାନୀୟ କୋଣାର୍କ ଏନ୍ ଏ ସି ନିର୍ବାହୀ ଅଧିକାରୀ ଙ୍କ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଦାବି ପତ୍ର ମାଧ୍ୟମରେ ନିବେଦନ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରି ନାହିଁ । ଫଳରେ ସେମାନଙ୍କ ପରିବାର ଦିନକୁ ଦୁଇ ବେଳା ଦୁଇମୁଠା ଖାଇବାକୁ ନ ପାଇ ହା ହତାଶ ମଧ୍ୟରେ ଜୀବନ ବିତାଉଛନ୍ତି। ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟ ମନ୍ଦିର ରେ କାର୍ଯ୍ୟ ରତ ଚାରିଗୋଟି ଫୋଟ,ଗାଇଡ୍ ଓ ଫୋଟ ମାଳି ବ୍ୟବସାୟୀ ମାନଙ୍କୁ ନେଇ ଗଠିତ ମହାସଂଘ ପକ୍ଷରୁ ଏକ ଶାନ୍ତି ପୂର୍ଣ୍ଣ ଧାରଣା ସୂର୍ଯ୍ୟ ମନ୍ଦିର ଫାଟକ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା ଏହି ଧାରଣା ରେ କୋଣାର୍କ ଗାଇଡ୍ ଓ ଫୋଟ ଗ୍ରାଫର ଆସୋସିଏସନ ର ସଭାପତି ହଟକିଶୋର ମହାରଣା, ସମ୍ପାଦକ ଲାଲ୍ ବିହାରୀ ତାରେଣୀଆ ଏସ୍ ଆଇ ଫୋଟ ଗଫର ଆସୋସିଏସନ ର ସଭାପତି ସନ୍ତୋଷ ପାତ୍ର, ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ, ଭାଗବତି ଫୋଟ ଗଫର୍ ଆସୋସିଏସନ ର ସଭାପତି ସୋମ୍ୟରଞ୍ଜନ ସାହୁ ଏବଂ କୋଣାର୍କ ଫୋଟ ଗ୍ରାଫର ଆସୋସିଏସନ ର ସଭାପତି ଶ୍ରୀଧର ପଣ୍ଡା ଙ୍କ ନେତୃତ୍ବରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଅନୁଷ୍ଠିତ ହୋଇଥିଲା । ସରକାରଙ୍କ ପକ୍ଷରୁ ସେମାନଙ୍କୁ ଖୁବ୍ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ପାଇଁ ମହାସଂଘ ପକ୍ଷରୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ